Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିପିଡବ୍ଲୁଓଡିଏଲ ଗ୍ରାହକ ଅଭିଯୋଗ ସେବା ପ୍ରହସନ, ଗ୍ରାହକଙ୍କୁ ମିଳିପାରୁନି ସେବା, ସରଳିକରଣ କରିବାକୁ ଦାବି

ଚିପିଲିମା,୩୦/୭ ବିଦ୍ୟୁତ ଗ୍ରାହକଙ୍କୁ ସେବା ଯୋଗାଇବାପାଇଁ ଟିପିଡବ୍ଲୁଓଡିଏଲ ବର୍ତ୍ତମାନ ନିୟୋଜିତ ଥିବାବେଳେ ଗ୍ରାହକଙ୍କୁ ଠିକଭାବରେ ସେବା ଯୋଗାଇ ପାରୁନଥିବା ଅଭିଯୋଗ ହେଉଛି।ଏନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଗ୍ରାହକଙ୍କ କୌଣସି ଅସୁବିଧା ହେଲେ ବିଭାଗୀୟ ଅଧିକାରୀ ବା କର୍ମଚାରୀଙ୍କୁ ଜଣାଇଲେ ୧୯୧୨ କୁ ଫୋନ କରି ଅଭିଯୋଗ କରିବାକୁ କୁହାଯାଉଛି।ଯାହାକି ସମସ୍ତଂକପାଇଁ ସମ୍ଭବ ନୁହେଁ।ଯଦି ବା କିଏ ୧୯୧୨ କୁ କଲ କରି ନିଜ ଅଭିଯୋଗ ଜଣାଉଛି, ତାଙ୍କ ଗ୍ରାହକ ନମ୍ବର ନିଆଯାଇ ଏକ ଅଭିଯୋଗ ଅନୁରୋଧ ନମ୍ବର ଦିଆଯାଉଛି ଏବଂ ଅତିଶୀଘ୍ର ସେବା ଯୋଗାଇଦିଆଜିବ ବୋଲି ମୋବାଇଲ ବାର୍ତା ଆସୁଛି।ହେଲେ ସକାଳରୁ ସନ୍ଧ୍ୟା ହୋଇଯାଉଛି ସେବା ମିଳିପାରୁନାହିଁ।ଅପର ପକ୍ଷରେ ଗ୍ରାହକଙ୍କୁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି।ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଚିପିଲିମାର ଗ୍ରାହକ ୱେଲଡିଂ ଦୋକାନୀ କ୍ରିଷ୍ଣା ରେଡି ଆଜି ସକାଳ ୯ଟାରେ ଆସି ଦୋକାନ ଖୋଲି ଦେଖନ୍ତି ତ ବିଦ୍ୟୁତ ନାହିଁ।ସଙ୍ଗେ ସଙ୍ଗେ ୧୯୧୨ କୁ କଲ କରି ଅଭିଯୋଗ ଜଣାଇଥିବାବେଳେ, ତାଙ୍କ ମୋବାଇଲକୁ ଏକ ବାର୍ତ୍ତା ଆସି ଶୀଘ୍ର ସେବା ଦିଆଯିବ ବୋଲି ସୂଚନା ମିଳିଥିଲା।ହେଲେ ପରିତାପର ବିଷୟ ସନ୍ଧ୍ୟା ପର୍ଯ୍ୟନ୍ତ ସେବା ପାଇଁ କେହି ଆସିନଥିଲେ।ଉପୋରକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଅଭିଯୋଗ ପ୍ରକ୍ରିୟାକୁ ସରଳିକରଣ କରି ଏକ ଫିଉଜକଲ ସେଣ୍ଟର ପୂର୍ବଭଳି ଯୋଗାଇବାକୁ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ