Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଦିନ୍ ରେ ସମ୍ବଲପୁରୀ ନୃତ୍ୟ ଗୀତରେ ଝୁମିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ , ଦୁଲୁକିଲା ସୁବର୍ଣ୍ଣପୁର ା

ସୁବର୍ଣ୍ଣପୁର-ଆଜି ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିନ । ସାରା ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହେଉଛି ସମ୍ବଲପୁରି ଦିନ । ସମ୍ବଲପୁରୀ ଭାଷା ସାହିତ୍ୟର ମହାନ ସ୍ରଷ୍ଟା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସକୁ ସମ୍ବଲପୁରୀ ଦିନ ଭାବରେ ତାଙ୍କର ଜନ୍ମ ସ୍ଥାନ ସୁବର୍ଣ୍ଣପୁରରେ ଜୋରସୋରରେ ପାଳନ ହେଉଛି ସମ୍ବଲପୁରୀ ଦିନ l ଆଜି ଦିନ ତମାମ ସମ୍ବଲପୁରି ତାଳେ ତାଳେ ନାଚି ଗାଈ ମସଗୁଲ ଅଂଚଳବାସୀ ।
ଦିନ ସାରା ବିଭିନ୍ନ ସ୍ଥାନରେ ସମ୍ବଲପୁରି ନାଚ, ଗୀତ ସହ ସମ୍ବଲପୁରି ବସ୍ତ୍ର ପରିଧାନ କରି ମସଗୁଲ ଅଛନ୍ତି ଅଂଚଳବାସି ।ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକାଇବା ପାଇଁ ଅଗଷ୍ଟ ୧ ତାରିଖ ୨୦୧୩ ମସିହାରୁ ପାଳନ ହେଉଛି ସମ୍ବଲପୁରିଦିନ l ସ୍ଥାନୀୟ ବ୍ଲକ ଛକଠାରେ ଆଜି ପାଳିତ ହୋଇଥିବା ସମ୍ବଲପୁରୀ ଦିନ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ସମ୍ବଲପୁରୀ ଦିନ କୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିଶ୍ୱଦରବାରରେ ପହଂଚାଇବାକୁ ଅନୁରୋଧ କରିବା ପରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗଦେଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରିଥିଲେ l ଆଜି ସକାଳୁ ଜିଲ୍ଲାରେ ବର୍ଷା ଲାଗିରହିଥିଲେ ମଧ୍ୟ ସମ୍ବଲପୁରୀ ଦିନ ଉତ୍ସବ ପାଳନରେ କୌଣସି ପ୍ରକାର ରୋକ ଲଗାଇ ପାରିନାହିଁ ବର୍ଷା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ