Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଏଏସ ପାଇଲେ ବେଲଗୁଣ୍ଠାର ଦୁଇ ଯୁବକ ମନମୋହନ ଓ ବିଷ୍ଣୁ ଚରଣ

ବେଲଗୁଣ୍ଠା, 01/08, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବେଲଗୁଣ୍ଠା ବ୍ଳକ୍ ପାଇଁ ଗୌରବ ଆଣିଛନ୍ତି ବ୍ଳକ୍ ର ଦୁଇ ଯୁବକ ମନମୋହନ ସାହୁ ଏବଂ ବିଷ୍ଣୁଚରଣ ସେଠୀ I ମନମୋହନ 115 ତମ ସ୍ଥାନରେ ରହିଥିବା ବେଳେ ବିଷ୍ଣୁଚରଣ 273 ତମ ସ୍ଥାନରେ ରହିଛନ୍ତି I ସୂଚନା ପ୍ରକାରେ ମନମୋହନ ହେଉଛନ୍ତି ବେଲଗୁଣ୍ଠା ହାଟପଦାର ମାଧବ ସାହୁଙ୍କ ସୁପୁତ୍ର I ମନମୋହନଙ୍କ ବାପା ଏକ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ମାଆ ରତ୍ନମାଳା ସାହୁ ହେଉଛନ୍ତି ଜଣେ ଗୃହିଣୀ I ମନମୋହନ ସାହୁ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ସ୍କୁଲ୍ ଶିକ୍ଷା, ଭଞ୍ଜନଗର କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଭୁବନେଶ୍ୱର ଓୟୁଏଟିରେ ପଦାର୍ଥ ବିଜ୍ଞାନ ଅନର୍ସରେ ଶିକ୍ଷା ସମାପ୍ତ କରି ହାଇଦ୍ରାବାଦ ଆଇଆଇଟିରେ କାର୍ଯ୍ୟରତ ଥିଲେ I ଦୁଇଥର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ବିଫଳ ହେବା ପରେ ଚାକିରିରୁ ଇସ୍ତଫା ଦେଇ କଠିନ ପରିଶ୍ରମ କରିବା ସହିତ ତୃତୀୟ ପ୍ରଚେଷ୍ଟାରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ମନମୋହନ I ସେହିପରି ବିଷ୍ଣୁଚରଣ ସେଠୀ ହେଉଛନ୍ତି ବେଲଗୁଣ୍ଠା ବ୍ଳକ୍ ବଡ଼ପଡ଼ା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଖଦାଳ ସେଠୀଙ୍କ ଜ୍ୟେଷ୍ଠ ପୁତ୍ର I ବିଷ୍ଣୁଚରଣ ଦେବଭୂମି ଉଚ୍ଚ ବିଦ୍ୟାଳୟ ଏବଂ ବ୍ରହ୍ମପୁର ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାଠ ପଢା ସାରି ଶୀତଳାପଲ୍ଳୀ ସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜ୍ ରେ ନିଜର ବି. ଟେକ୍ ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ I ଏହାପରେ ସେ ଯଥାକ୍ରମେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ୍ ଏବଂ ବ୍ୟାଙ୍କ୍ ଅଫ୍ ବରୋଦାରେ କିଛି ଦିନ କାର୍ଯ୍ୟ କରି ଓଡ଼ିଶା ସରକାରଙ୍କ ସମବାୟ ବିଭାଗରେ ଯୋଗ ଦେଇଥିଲେ I କିନ୍ତୁ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ବିଷ୍ଣୁଚରଣ 2021 ମସିହା ନଭେମ୍ବର ମାସରେ ସମବାୟ ବିଭାଗରୁ ଇସ୍ତଫା ଦେଇ ଓଏଏସ୍ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବା ସହିତ ଦ୍ୱିତୀୟ ପ୍ରଚେଷ୍ଟାରେ ସଫଳ ହୋଇଥିଲେ I ଓଡ଼ିଶା ପ୍ରଶାସନିକ ସେବାରେ ନିଯୁ୍କ୍ତି ପରେ ଗରୀବ ଲୋକଙ୍କୁ ସେବା କରିବା ଜୀବନର ମୂଳ ଲକ୍ଷ୍ଯ ରହିବ ବୋଲି ପ୍ରକାଶ କରିବା ସହିତ
ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି ଉଭୟ ମନମୋହନ ଏବଂ ବିଷ୍ଣୁଚରଣ I ବ୍ଳକ୍ ର ଦୁଇ ଯୁବକଙ୍କ ସଫଳତା ପାଇଁ ଉଭୟଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

ଫଟୋ