Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ଦିନର ପ୍ରତୀକ୍ଷ୍ୟାର ଅନ୍ତ, ଚିପିଲିମାରେ ଯୁକ୍ତ ଦୁଇ କଳା ସରକାରୀ କଲେଜର ଶୁଭ ଉଦ୍ଘାଟନସହ ପ୍ରବେଶ ଉତ୍ସବ

ଚିପିଲିମା,୦୧/୦୮ ସମ୍ବଲପୁର ଜିଲ୍ଲା ଚିପିଲିମା ଅଞ୍ଚଳରେ କୌଣସି କଲେଜ ନଥିବାବେଳେ, ଏବେ ଚିପିଲିମା ସରକାରୀ ହାଇସ୍କୁଲରେ ଯୁକ୍ତ ଦୁଇ କଳା ବିଭାଗ ଖୋଲି ଥିବାରୁ ଚିପିଲିମା ଅଞ୍ଚଳରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।ଚଳିତ ଶିକ୍ଷା ବର୍ଷରେ ଏହି କଲେଜରେ ୧୨୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ,ସ୍ଥାନୀୟ ୫୦ ଜଣ ଓ ବାହ୍ୟ ଅଂଚଳରୁ ୭୮ ଜଣ ଛାତ୍ରଛାତ୍ରୀ ନାମ ଲେଖିଛନ୍ତି।ଚିପିଲିମା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲମ୍ବୋଦର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଆଜି କଲେଜର ଉଦ୍ଘାଟନୀ ହୋଇଥିବାବେଳେ, ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଜୟଶ୍ରୀ ଦୋରା ଯୋଗଦାନ କରି ନାଲିଫିତା କାଟି କଲେଜର ଉଦ୍ଘାଟନ କରିଥିଲେ।ପରେ ପରେ ବିଦ୍ୟାପ୍ରଦାୟିନୀ ସରସ୍ବତୀ ଓ ସିଦ୍ଧି ବିନାୟକ ଗଣେଶଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ କରାଯାଇଥିଲା।ଅନ୍ୟାନ୍ୟ ଅତିଥି ମଧ୍ୟରେ ସ୍ଥାନୀୟ କାର୍ଡୋଳା ସରପଞ୍ଚ ଗୋରେଖ ରାଉତ, କଳାମାଟି ସରପଞ୍ଚ ଡ଼. ସୁଷମା ସାହୁ, ବରିଷ୍ଠ ନାଗରିକ ବଜ୍ରଙ୍ଗବଳୀ ବର୍ମା, ମହମ୍ମଦ ରୁସ୍ତମ, ସୁଧୀର ପୂଜାରୀ, ବିଜେପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗଦାନ କରିଥିଲେ।ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ, ଅଭିବାବକ, ପୁରୁଣା ଛାତ୍ରଛାତ୍ରୀ ତଥା ଜନସାଧାରଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ପ୍ରବେଶ ଉତ୍ସବ ଅବସରରେ ନବାଗତ କଲେଜ ଛାତ୍ରଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଦେଇ ହାଇସ୍କୁଲ ଛାତ୍ରଛାତ୍ରୀ ସ୍ୱାଗତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ