Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗ୍ରାମାଞ୍ଚଳ ରୁ ଓଏସରେ ଶ୍ୱେତାଳିନୀ ପଞ୍ଚମ ସ୍ଥାନରେ, ଛୁଟୁଛି ଶୁଭେଛାର ସୁଅ

ଚିପିଲିମା,୦୨/୮ ଚଳିତ ଓପିଏସି ପରୀକ୍ଷାରେ ଚିପିଲିମା ନିକଟସ୍ଥ ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ଧାରିପାଲି ଗ୍ରାମର ଗୋବିନ୍ଦ ମାହାଣା ଙ୍କ ଝିଅ ଶ୍ୱେତାଳିନୀ ଓପିଏସସି ରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଗୌରବ ପାଲଟିଛନ୍ତି।ସେ ଚିପିଲିମା କୃଷି ମହାବିଦ୍ୟାଳୟରେ ପାଠ ପଢିବା ପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ରୁ ଏଗ୍ରୋନୋମି ରେ ସ୍ନାତକଡ଼ିଗ୍ରୀ ହାସଲ କରିଛନ୍ତି। ପରେ ସେ ଦିଲ୍ଲୀର ଆଇଏଆରଆଇ ରେ ପିଏଚଡ଼ି କରୁଥିବାବେଳେ, ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।ବିନା କୋଚିଂ ରେ ନିଜସ୍ୱ ପ୍ରଚେଷ୍ଟାରେ ସେ ଓପିଏସସି ରେ ସଫଳତା ପାଇଥିବାବେଳେ, ସେ କୃଷି ସହିତ ସାମଗ୍ରିକ ବିକାଶ ପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି।ପ୍ରକାଶ ଥାଉକି ସେ ସାତଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେ ଏଏଓ ପଦବୀରେ ଯୋଗଦାନ କରିଥିଲେ।ଏନେଇ ଚାରିଆଡୁ ଶୁଭେଛାର ସୁଅ ଛୁଟୁଥିବା ଜଣାପଡିଛି।ଶ୍ଵେତାଳିନୀଙ୍କ ଏପରି ଏକ ସଫଳତା ଆଗାମୀ ଦିନରେ ଅନ୍ୟପାଇଁ ପ୍ରେରଣା ସାଜିବ ବୋଲି କୁହାଯାଉଛି।