ସରକାରଙ୍କ ବଡ଼ ନିଷ୍ପତ୍ତି- ଲ୍ୟାପଟପ୍, ଟ୍ୟାବଲେଟ୍, କମ୍ପ୍ୟୁଟରର ଆମଦାନୀ ଉପରେ ଲାଗିଲା ରୋକ୍


ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୈଦ୍ୟୁତିକ ଉପକରଣ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ଅନୁଯାୟୀ ସରକାର ଲ୍ୟାପଟପ୍, ଟ୍ୟାବଲେଟ୍, କମ୍ପ୍ୟୁଟରର ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ସରକାର ମେକ୍ ଇନ୍ ଇଣ୍ଡିଆ ଉପରେ ଗୁରୁତ୍ଵ ଦେଉଛନ୍ତି।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ପ୍ରତିବନ୍ଧ ସମୟ ସମୟରେ ସଂଶୋଧିତ ବ୍ୟାଗେଜ୍ ଆଧାରରେ ଆମଦାନୀ ଉପରେ ଲାଗୁ ହେବ ନାହିଁ। କିନ୍ତୁ ବ୍ୟକ୍ତିଗତ ବ୍ୟବହାର ଆଦି ଉଦ୍ଦେଶ୍ୟରେ ପ୍ରତି ଟ୍ରିପରେ ୨୦ ଉପକରଣକୁ ରିହାତି ଦିଆଯିବ। ଏହି ଆମଦାନୀକୁ କେବଳ ଏହି ଆଧାରରେ ଅନୁମତି ଦିଆଯିବ ଯେ, ଏହାର ଉପଯୋଗ ସଠିକ୍ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ଏବଂ କଦାପି ଉପକରଣ ବିକ୍ରି କରାଯିବ ନାହିଁ।

ବିଜ୍ଞପ୍ତି ଅନୁଯାୟୀ, HSN 8741 ଅନୁସାରେ ଆସୁଥିବା ଲ୍ୟାପଟପ୍, ଟ୍ୟାବଲେଟ୍, ଅଲ ଇନ ଓ୍ଵାନ ପର୍ସନାଲ କମ୍ପ୍ୟୁଟର ଏବଂ ଅଲଟ୍ରା ସ୍ମଲ୍ ଫର୍ମ ଫ୍ୟାକ୍ଟର ଏବଂ ସର୍ଭରର ଆମଦାନୀ ଉପରେ କଟକଣା ରହିବ। କଟକଣାଭୁକ୍ତ ସାମଗ୍ରୀର ଆମଦାନୀ ପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡ଼ିବ।

ଗତ ମେ ମାସରେ ଆର୍ଥିକ ଥିଙ୍କ ଟ୍ୟାଙ୍କ୍ ଜିଟିଆରଆଇ ନିଜର ଏକ ରିପୋର୍ଟ ଜାରି କରିଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଆର୍ଥିକ ବର୍ଷ ୨୦୨୨-୨୩ ସମୟରେ ଚୀନରୁ ଲ୍ୟାପଟପ୍, ପର୍ସନାଲ କମ୍ପ୍ୟୁଟର, ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଏବଂ ସୋଲାର ପରି ଇଲେକ୍ଟ୍ରୋନିକ ସାମଗ୍ରୀର ଆମଦାନୀ ହ୍ରାସ ପାଇଛି।