Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତଳମୁଣ୍ଡରୁ ପାଣି ନ କମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲା ଯିବନି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ଲଗାଣ ବର୍ଷା ଯୋଗୁଁ ମହାନଦୀ ଅବବାହିକାର ୬ଟି ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଗୁଡ଼ିକୁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ଯଦି ହୀରାକୁଦ ଜଳଭଣ୍ଡାରରୁ ଗେଟ୍ ଖୋଲା ଯାଏ ତଳ ମୁଣ୍ଡରେ ସ୍ଥିତି ଆହୁରି ବିଗିଡ଼ିପାରେ। ତେବେ ଏ ନେଇ ବନ୍ୟା ସଂପର୍କରେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ତଳମୁଣ୍ଡରୁ ପାଣି ନ କମିବା ଯାଏ ହୀରାକୁଦର ଅଧିକ ଗେଟ୍ ଖୋଲା ଯିବନି। ହୀରାକୁଦର ଉପର ମୁଣ୍ଡରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦର ଜଳସ୍ତର ଏବେ ୬୧୦ ଫୁଟ୍ ରହିଛି ଏବଂ ରାଇଜିଂ ଟ୍ରେଣ୍ଡ ରହିଛି। କିନ୍ତୁ ଆଉ ହୀରାକୁଦ ଗେଟ୍ ଏବେ ନ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ତଳମୁଣ୍ଡରୁ ପାଣି ନ ଛାଡ଼ିବା ଯାଏ ହୀରାକୁଦରୁ ଅଧିକ ଗେଟ୍ ଖୋଲିବୁନି।

ସୂଚନାଯୋଗ୍ୟ, ଉପର ମୁଣ୍ଡରେ ବର୍ଷା ପରିମାଣ କମିବାରୁ ଜୁଲାଇ ୨୭ ତାରିଖରେ ହୀରାକୁଦ ଡ୍ୟାମର ୪ଟି ଗେଟ୍ ବନ୍ଦ କରାଯାଇଥିଲା। ହୀରାକୁଦରୁ ଏବେ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ଵରେ ୬ଟି ଏବଂ ଡାହାଣ ପାର୍ଶ୍ଵରେ ୨ଟି ଗେଟ୍ ଖୋଲା ରହିଛି।

ସେ କହିଛନ୍ତି ଆମ ଆକଳନ ଅନୁଯାୟୀ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଦିନ ୩ଟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତଳ ମୁଣ୍ଡ ଜିଲ୍ଲାରେ ଆସନ୍ତାକାଲି ସୁଦ୍ଧା ବନ୍ୟାଜଳ ପହଞ୍ଚିବ। ମଧ୍ୟମ ଧରଣର ବନ୍ୟା ହେବ ଏବଂ ଏହାର ପ୍ରଭାବ ୬ ଜିଲ୍ଲାରେ ପଡ଼ିବ। ଏହି ୬ ଜିଲ୍ଲା ହେଉଛି ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ