Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ବ୍ୟବସାୟୀ ଙ୍କ ପରଲୋକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ପ୍ରତିଷ୍ଠିତ ଲୁହା ବ୍ୟବସାୟୀ ପୁରନ୍ଦର ପତି ଙ୍କ 50 ବର୍ଷ ବୟସରେ ପରଲୋକ ଘଟିଛି। ସ୍ବର୍ଗତ ପତିଙ୍କ ହଠାତ୍ ରକ୍ତଚାପ ବଢି ଯିବାରୁ ପ୍ରଥମେ ବରଗଡ଼ ତା ପରେ ତାଙ୍କୁ ଭୁବନେଶ୍ବର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିଲା । ଭୋର ସକାଳୁ ତାଙ୍କ ମର ଶରୀର ବୀରମହାରାଜପୁର ନିଜ ବାସଭବନରେ ପହଞ୍ଚିଲା ପରେ ଲାତୁରପେଟ ସ୍ଥିତ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ବର୍ଗତ ପତିଙ୍କ ଅନ୍ତିମ ସଂସ୍କାରରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୁରେନ୍ଦ୍ର ପତି ଙ୍କ ସମେତ ବଣିକ ସଂଘର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ । ପୁତୁରା ସୁମିତ ଓ ପୁଅ ସୁବ୍ରତ ମୁଖାଗ୍ନୀ ଦେଇଥିଲେ । ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ବନ୍ଧୁବାନ୍ଧବ ତାଙ୍କର ଶେଷ ଦର୍ଶନ କରିଥିଲେ । ସେ ଜଣେ ମେଳାପି , ସମାଜସେବୀ ଭାବେ ସୁପରିଚିତ ଥିଲେ I ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ