ବର୍ଷା ପାଣି ଘେରରେ ଜଟେସିଙ୍ଘା ଉପ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଉପ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଦୁଇ ଦିନ ହେବ ବର୍ଷା ପାଣି ଜମି ରହିଛି । ଫଳରେ ଯିବା ଆସିବା କରିବା କଷ୍ଟକର ହୋଇ ପଡିଛି l ରୋଗୀ ସ୍ଵାସ୍ଥ୍ୟସେବା ପାଇ ପାରୁ ନଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ଝୁଲୁ ଥିବା ଦେଖାଯାଏ l ପ୍ରଶାସନିକ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରନ୍ତି l