Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସୁଛି ମୁଁ… ରାହୁଲଙ୍କୁ ଆଶ୍ଵସ୍ତି ମିଳିବା ପରେ ଗର୍ଜିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। କୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି। ଏବେ କଂଗ୍ରେସ ନେତା ଲୋକସଭା ସଦସ୍ୟତା ପୁନର୍ବାର ଫେରି ପାଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଗର୍ଜି ଉଠିଛି କଂଗ୍ରେସ। ଏଥିସହ ରାହୁଲ ଗାନ୍ଧୀଙ୍କ ସଂସଦରେ ବ୍ୟବସାୟୀ ଗୌତମ ଅଡାନୀଙ୍କୁ ଘେରି ଦେଉଥିବା ଭାଷଣର ପୋଷ୍ଟର ଟୁଇଟ୍ କରିଛି। ଟୁଇଟରେ ଲେଖା ହୋଇଛି ଯେ, ଆସୁଛି ମୁଁ ପ୍ରଶ୍ନ ଜାରି ରହିବ।

ରାହୁଲଙ୍କୁ ଆଶ୍ଵସ୍ତି ମିଳିବା ପରେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ଗୃହରେ, ସମ୍ବିଧାନରେ ପ୍ରତ୍ୟେକ ସ୍ଥାନରେ ଏହା ଦେଖିବାକୁ ମିଳିବ ଯେ, ସତ୍ୟମେବ ଜୟତେ। ରାହୁଲ ଗାନ୍ଧୀଙ୍କ ବିରୋଧରେ ଘୃଣିତ ଷଡ଼ଯନ୍ତ୍ର ରଚା ଯାଇଥିଲା, ଯାହା ଆଜି ମିଛ ସାବ୍ୟସ୍ତ ହୋଇଛି ଏବଂ ଷଡ଼ଯନ୍ତ୍ର ସବୁ ପଣ୍ଡ ହୋଇ ଯାଇଛି। କୋର୍ଟ ରାହୁଲଙ୍କୁ ଆଶ୍ଵସ୍ତି ଦେଇ ସତ୍ୟମେବ ଜୟତେକୁ ପୁଣି ଥରେ ସାବ୍ୟସ୍ତ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହ ବିଜୟ ଏବେ ପିଏମ ମୋଦୀଙ୍କ ଉପରେ ଭାରି ପଡ଼ିବ। ପରବର୍ତ୍ତୀ ଦିନ ରାହୁଲ ଗାନ୍ଧୀ ଗାନ୍ଧୀ ହୋଇ ମଇଦାନକୁ ଓହ୍ଲାଇବେ। ଯେତେ ଷଡ଼ଯନ୍ତ୍ର ରଚିବା କଥା ରଚି ଚାଲନ୍ତୁ, ରାହୁଲ ଗାନ୍ଧୀଙ୍କୁ ଅଟକାଇବାକୁ କେହି ନାହାନ୍ତି।

ଜଷ୍ଟିସ ବିଆର ଗବଇ, ଜଷ୍ଟିସ ପିଏସ ନରସିମାହ ଏବଂ ଜଷ୍ଟିସ ସଞ୍ଜୟ କୁମାରଙ୍କ ତିନି ଜଣିଆ ପୀଠ କହିଛନ୍ତି ଯେ, ଏଥିରେ କୌଣସି ସନ୍ଦେହ ନାହିଁ ଯେ ରାହୁଲ ଗାନ୍ଧୀଙ୍କ ବୟାନ ଠିକ୍ ନଥିଲା ଏବଂ ସାର୍ବଜନୀନ ଜୀବନରେ ଜଣେ ବ୍ୟକ୍ତିଙ୍କୁ ଭାଷଣ ଦେବା ସମୟରେ ସତର୍କତା ଅବଲମ୍ବନ କରିବା ଆଶା କରାଯାଉଛି। ତେଣୁ ଜଣେ ନେତାଙ୍କୁ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ଵସ୍ତି ଦେବା ସହ ଉପଦେଶ ମଧ୍ୟ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ