Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲଗାଣ ବର୍ଷା ଓ ବନ୍ୟାରେ ବୁତୁରିଲା ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ସହିତ ସ୍କୁଲ ର କାଗଜପତ୍ର

ବୀରମହାରାଜପୁର : ଲଗାଣ ବର୍ଷା ଓ ହରିହର ଜୋର ରେ ବନ୍ୟା ଆସିବାରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ବାରଝୁଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖାଦ୍ୟ ପାଣିରେ ବୁତୁରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା I ଏଥି ସହିତ ସ୍କୁଲ ର ସମସ୍ତ ବହି କାଗଜପତ୍ର ଭିଜି ଯାଇଥିବା ଆଜି ସ୍କୁଲ ଆସିବା ପରେ ଦେଖା ଯାଇ ଥିବା ପ୍ରକାଶ I ଠିକ୍ ସେହିପରି ସ୍କୁଲ ଶ୍ରେଣୀ କୋଠରୀ ଏବଂ ଚାରିପାଖରେ ପାଣି ଥିବାରୁ ଛାତ୍ରଛାତ୍ରୀ ବହୁତ ହଇରାଣ ହରକତ ହୋଇଥିବା ଜଣାଯାଇଛି I