ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷl ଙ୍କ ବନ୍ୟାଞ୍ଚଳ ପରିଦର୍ଶନ


ବୀରମହାରାଜପୁର : ଦୁଇ ତିନି ଧରି ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥି ସହିତ ହରିହର ଜୋର ଜଳସେଚନ ପ୍ରକଳ୍ପ ରୁ ହଠାତ ବନ୍ୟା ଜଳ ନିଷ୍କାସନ ହେବା ଫଳାରେ ବିଭିନ୍ନ ସ୍ଥାନରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଛି । ରାସ୍ତା ଓ ପୋଲ ଭାଙ୍ଗି ଯାଇଛି । ଅନେକ ସ୍ଥାନରେ ଯାତାୟାତରେ ବାଧାପ୍ରାପ୍ତ ଦେଖାଦେଇଛି । ସମ୍ପ୍ରତି ପରିସ୍ଥିତିରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବନ୍ୟା ପରିସ୍ଥିତି ଆରମ୍ଭରୁ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସବୁଠୁ ବେଶୀ ପ୍ରଭାବିତ ହୋଇଥିବା ମୁର୍ଷୁଣ୍ଢି ନିକଟସ୍ଥ ହରିହର ଯୋର ପୋଲ ଅଞ୍ଚଳ , ତେନ୍ତୁଳିମହଦା , କୁଡ଼ାପଡ଼l , ଦୁହୁଲପାଲି , ଗୋବିନ୍ଦପୁର , ଦୁରଦୁରା , ଗରିଆମୁଣ୍ଡା , ସୁବଳୟା , ଫୁଲଚରା , କେନ୍ଦୁପାଲି , କମଲପୁର , କୃଷ୍ଣପାଲି ସମେତ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ହେକ୍ଟର ହେକ୍ଟର ଚାଷଜମି ବାଲିଚର ହୋଇ ବ୍ୟାପକ ଧାନ ଓ କପା ନଷ୍ଟ ହୋଇଥିବା ଚାଷୀଙ୍କୁ ଭେଟି କିଭଳି କ୍ଷତିପୂରଣ ପାଇଁ ପାରିବେ ସେନେଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ କ୍ଷୟକ୍ଷତିର ଆକଳନ ର ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ ଉପାଧ୍ୟକ୍ଷଙ୍କ ସହିତ ବିଭିନ୍ନ ଯୁବକ ସଂଘର ସଦସ୍ୟ ଓ ଅନେକ ସ୍ବେଚ୍ଛାସେବୀ , ଅନେକ ଜନପ୍ରତିନିଧି ସାମିଲ ହୋଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି ବନ୍ୟା ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରକାଶ କରିଛନ୍ତି ।