Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଶାଳା ହାଇସ୍କୁଲ ରେ ଜୁନିଅର ରେଡକ୍ରସ ମାର୍ଗଦର୍ଶକ ଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ରେ ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକ ର ଜୁନିଅର ରେଡ଼କ୍ରସ ମାର୍ଗଦର୍ଶକ ମାନଙ୍କୁ ନେଇ ଏକଦିବସୀୟ ତଥ୍ୟ ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ଯକ୍ରମର ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଶିବିର କୁ ଉଦଘାଟନ କରିବା ସହ ରେଡ଼କ୍ରସ ରେ ସାମିଲ ହୋଇ ସମର୍ପିତ ତଥା ସେବା ମନୋଭାବ ରେ କାର୍ଯ୍ୟକରି ଜିଲ୍ଲାର ନାଁ କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବା ପାଇଁ ପରାମର୍ଶ ପ୍ରଦାନ କରିଛନ୍ତି । ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରମହାରାଜପୁର ଶାନ୍ତନୁ କୁମ୍ଭକାର , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ମାର୍କଣ୍ଡ ମିଶ୍ର , ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତ , ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲୋକନାଥ ମେହେର , ପ୍ରମୁଖ ଯୋଗଦାନ କରି ସେବା ମନୋଭାବ ରେ ବ୍ରତୀ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଉଭୟ ଉଲୁଣ୍ଡା ଓ ବୀରମହାରାଜପୁର ର ବିସିସି ପ୍ରହଲ୍ଲାଦ ନାୟକ , ବଳରାମ ପୁରୋହିତ , ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ , ଚନ୍ଦ୍ରଶେଖର ମହାପାତ୍ର , ହୃଷିକେଶ ଚାନ୍ଦ , ଜଗଦୀଶ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ I ଉଭୟ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ରୁ ଜଣେ ଲେଖାଏଁ ମାର୍ଗଦର୍ଶକ ଯୋଗଦାନ କରିଥିବା ବେଳେ ନୂତନ ଭାବେ ୨୦ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ମାର୍ଗଦର୍ଶକ ଯୋଗଦାନ କରି ତାଲିମ ଗ୍ରହଣ କରିଥିଲେ । ଚଳିତ ବର୍ଷ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ସମେତ ୬୦ ଟି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଜୁନିଅର ରେଡ଼କ୍ରସ ରେ ସାମିଲ କରି ମାନବୀୟ ସେବାରେ ବ୍ରତୀ ରହିବାକୁ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଲକ୍ଷ୍ୟ ରଖିଥିବା କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ ରାଧାକାନ୍ତ ଗଡତିଆ ଓ ଉପ ସଭାପତି ଗତିକୃଷ୍ଣ ମିଶ୍ର ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମାର୍ଗଦର୍ଶନ ରେ ଏହା ସମ୍ଭବ ହେବ ବୋଲି ଜୁନିଅର ରେଡ଼କ୍ରସ ଅଫିସର ଶ୍ରୀଯୁକ୍ତ ପଶାୟତ ମତ ପ୍ରକାଶ କରିଥିଲେ । ଏହି ତାଲିମ ଶିବିର ବ୍ୟତୀତ ଆଜି ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ଓ ବିଶିପଡା ଉଚ୍ଚ ବିଦ୍ୟାଳୟ ରେ ୩୧ ଜଣ ଲେଖାଏଁ ଛାତ୍ରଛାତ୍ରୀ ଙ୍କୁ ନେଇ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ୟୁନିଟ ଗଠିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ