Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ଵାର, ପରିଚାଳନା କମିଟିରେ ବଡ଼ ନିଷ୍ପତ୍ତି

ପୁରୀ: ଦୀର୍ଘ ଦିନ ହେବ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ନେଇ ଦାବି ଉଠି ଆସିଛି। ହେଲେ ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କ ପାଇଁ ଏବେ ଖୋଲିବନି ଶ୍ରୀମନ୍ଦିରର ଚାରିଦ୍ଵାର। ଏବେ ଚାରି ଦ୍ଵାର ନ ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛନ୍ତି। ପରିକ୍ରମା ପ୍ରକଳ୍ପ ସରିନଥିବାରୁ ଏବେ ଚାରି ଦ୍ଵାର ଖୋଲା ଯାଇପାରିବ ନାହିଁ। ଶୁକ୍ରବାର ହୋଇଥିବା ନିଷ୍ପତ୍ତି ସଂପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରକଳ୍ପ କାମ ଚାଲିଥିବାରୁ ଅନ୍ୟ ୩ ଦ୍ଵାରରେ କ୍ୟୁ ବ୍ୟବସ୍ଥା କରି ହେବନି। ପର୍ଯ୍ୟାପ୍ତ ଜାଗା ନଥିବାରୁ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାରରେ ଧାଡ଼ି ବ୍ୟବସ୍ଥା କରାଯାଇ ପାରିବ ନାହିଁ। ପ୍ରକଳ୍ପ କାମ ସରିବା ଯାଏ ଯେମିତି ଚାଲିଛି ସେମିତି ଚାଲିବ। ସାଧାରଣ ଦର୍ଶକ ସିଂହଦ୍ଵାର ଦେଇ ପଶିବେ ଏବଂ ଉତ୍ତର ଦ୍ଵାରରେ ବାହାରିବେ। ପୁରୀ ବାସିନ୍ଦା ପୂର୍ବ ଓ ପଶ୍ଚିମ ଦ୍ଵାରରେ ପଶିବେ ଏବଂ ଉତ୍ତର ଦ୍ଵାରରେ ବାହାରିବେ।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ନେଇ ଦାବି ହୋଇ ଆସୁଥିଲା। ଗତ ୨୧ ତାରିଖରେ ପ୍ରଶାସନ ଏଥିପାଇଁ ଛତିଶାନିଯୋଗ ବୈଠକ ଡାକିଥିଲେ। ବୈଠକରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍‌କମିଟି ଗଢ଼ାଯାଇ ଏ ସମ୍ପର୍କରେ ଆଲୋଚନା କରି ନିଷ୍କର୍ଷ ବାହାର କରିବା ପାଇଁ କୁହାଯାଇଥିଲା। କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ କମିଟିର ଏକ ବୈଠକ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା। କିନ୍ତୁ ଚାରି ଦ୍ଵାର ଖୋଲିବା ନେଇ କୌଣସି ନିର୍ଯାସା ବାହାରି ପାରି ନ ଥିଲା।

ଏହା ପୂର୍ବରୁ ଜୁଲାଇ ୨୪ ତାରିଖରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିଥିଲା ଜ୍ଝ ପରିଚୟ ପତ୍ର ଦେଖାଇ ପୁରୀବାସୀ ପ୍ରବେଶ କରୁଛନ୍ତି। ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ