Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ର ବିଡିଓ ଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ବୀରମହାରାଜପୁର : ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ର ଆହ୍ବାନ କ୍ରମେ ବୀରମହାରାଜପୁର ବ୍ଲକର ସମସ୍ତ ୧୫ ଗୋଟି ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଏକ ଦାବୀପତ୍ର ବିଡିଓ ଙ୍କ ମାଧ୍ୟମ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଛନ୍ତି l ସେମାନଙ୍କ ଦାବୀ ମୁତାବକ ପଞ୍ଚାୟତ ନିର୍ବାହୀ ଅଧିକାରୀ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନି କରାଯାଉ ଏବଂ ଦରମା ହାର ସ୍କେଲ ପେ ଲେଭେଲ- ୫ ରୁ ଲେଭେଲ- ୯ କୁ ବୃଦ୍ଧି କରାଯିବାକୁ ଦାବୀ କରିଛନ୍ତି l ଏହା ସହିତ ଦଶ ବର୍ଷ ଚାକିରି କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଭାବେ ପଦୋନ୍ନତି ପ୍ରଦାନ କରାଯିବାକୁ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି ପିଇଓ ମାନେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବିରେ ଆସନ୍ତା ୭ ତାରିଖ ରୁ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତିବାଦ କରି କାର୍ଯ୍ୟକରିବା ନେଇ ଜଣେଇଛନ୍ତି l ଯଦି ସରକାର ସଙ୍ଘ ର ଦାବୀ ପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ଆସନ୍ତା ୧୮ ତାରିଖ ରୁ ସାମୁହିକ ଛୁଟିରେ ରହିବାକୁ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ପିଇଓ ଗୌରଚରଣ ସାହୁ , ଗୌରାଙ୍ଗ ମହାପାତ୍ର , ସରୋଜ ନନ୍ଦ, ଅକ୍ଷୟ ଭୋଇ , ଲିଙ୍ଗରାଜ ବାଘ , ମିତାଞ୍ଜଳି ରଥ , ଦୁର୍ଗାପ୍ରସାଦ ମେହେର , ଯଶୋବନ୍ତ ରାୟ , ବିଶ୍ବାମିତ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ