ଠଙ୍ଗୋ ଡ୍ୟାମ୍ ରୁ ସୂଚନା ନଦେଇ ଅଚାନକ ଛଅ ଗୋଟି ଗେଟ ଖୋଳିବାରେ ବନ୍ୟା ପରିସ୍ଥିତି ଉପୁଜିଥିବା ଅଭିଯୋଗ l

ବୀରମହାରାଜପୁର : ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳରେ ଦେଖା ଦେଇଥିଲା ବନ୍ୟା ପରିସ୍ଥିତି l ହଠାତ ହରିହର ଯୋର ଜଳ ସେଚନ ପ୍ରକଳ୍ପ ( ଠେଙ୍ଗୋ ଡ୍ୟାମ) ରୁ ୬ ଟି ଗେଟ୍ ଖୋଲି ଦେବାରୁ ହରିହର ଯୋର ତଳ ମୁଣ୍ଡରେ ବନ୍ୟା ପାଣି ଫୁଲି ଉଠିଥିଲା l ଫଳରେ ବ୍ୟପକ ଜନଜୀବନ ନଷ୍ଟ ହୋଇଛି l ରାତିରେ ବନ୍ୟା ଜଳ ମାଡି ଆସିବାରୁ ଲୋକେ ମଧ୍ଯ ସତର୍କ ହୋଇ ପାରି ନ ଥିଲେ l ବନ୍ୟା ଜଳ ପ୍ରଭାବରେ ଜମଭାଲି ପାଲି , ମସିଣାପାଲି , ବରଘାଟ ଦାଦର , ବାରଝୁଲା , ପୁଲେଶ୍ୱର , ମାଣିକପୁର , ଲୁଦୁମୁଣ୍ଡା , ପଥରଘାଟ , କୃଷ୍ଣପାଲି , ତେନ୍ତୁଳିମହଦା , କୁଡ଼ାପଡା , ଦୁହୁଲପାଲି , ଗୋବିନ୍ଦପୁର , ବାଗବର ଆଦି ବହୁ ଅଞ୍ଚଳ ର ଚାଷ ଜମିରେ ଜଳାର୍ଣ୍ଣବ ହୋଇ ପଡ଼ିଥିଲା l ଜମିରେ ଥିବା କୃଷି ଯନ୍ତ୍ରପାତି , ଅନ୍ୟାନ୍ୟ ଉପକରଣ ବନ୍ୟା ଜଳରେ ଭାସି ଯାଇ ଥିବା ବେଳେ ସାର , କୀଟନାଶକ ଔଷଧ ଆଦି ନଷ୍ଟ ହୋଇ ଯାଇଛି l ବାଗବାର ଗ୍ରାମରେ ଜଣେ ଚାଷୀ ଙ୍କ କୁକୁଡ଼ା ଫାର୍ମ ରେ ବନ୍ୟାଜଳ ପଶି ଯିବାରୁ ପ୍ରାୟ ୧୫ଶହ କୁକୁଡ଼ା ମରିଯାଇଛନ୍ତି l ଅନେକ ଉଠା ଜଳସେଚନ ପ୍ରକଳ୍ପ ର ମୋଟର ଅଚଳ ହୋଇପଡିଛି l ବନ୍ୟା ପାଣି କମିବା ପରେ ଚାଷ ଜମୀ ବାଲିଚର ହୋଇ ପଡ଼ିଛି l ଏତେ ପରିମାଣ ରେ ବନ୍ୟା ଜଳ କିଭଳି ପୂର୍ବରୁ ସୂଚନା ନ ଦେଇ ଜଳ ସେଚନ ବିଭାଗ ନିଷ୍କାସନ କଲା ତାହା ଏବେ ଲୋକେ ପ୍ରଶ୍ନ କରିଛନ୍ତି l ପ୍ରବଳ ବର୍ଷା ହେଉ ଥିବାବେଳେ ପୂର୍ବରୁ ସୂଚନା ନ ଦେଇ ୬ ଟି ଗେଟ୍ ଖୋଲିବା ରୁ ବନ୍ୟା ହୋଇ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି l ଏନେଇ ବୀରମହାରାଜପୁର ଥାନାରେ ଠେଙ୍ଗୋ ଡ଼୍ୟାମ ର ଜଳ ପରିଚାଳନା ରେ ତ୍ରୁଟି ଅଭିଯୋଗ କରି ଜଳସେଚନ ବିଭାଗ ର ଭାରପ୍ରାପ୍ତ ଯନ୍ତ୍ରୀ ଓ ବିଭାଗୀୟ କର୍ତ୍ତୁପକ୍ଷ ଙ୍କ ନାମରେ ଅଭିଯୋଗ କରିଛନ୍ତି କୃଷ୍ଣପାଲି ଗ୍ରାମର ଜଣେ ଚାଷୀ ଦାମୋଦର ହୋତା l ତାଙ୍କ ଅଭିଯୋଗକ୍ରମରେ ହଠାତ ବନ୍ୟା ଜଳ ମାଡି ଆସିବାରୁ ତାଙ୍କ ବ୍ୟାପକ ଚାଷ ଓ କୃଷି ଉପକରଣ ନଷ୍ଟ ହୋଇଛି l ପାଖପାଖି ୬ ରୁ ୭ ଲକ୍ଷ ଟଙ୍କା ତାଙ୍କର କ୍ଷୟ ହୋଇ ଥିବା ଅଭିଯୋଗରେ କରିଛନ୍ତି l ଏହାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି l ଏନେଇ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଜେନା ଙ୍କୁ ଯୋଗାଯୋଗ କରିବାରୁ ସେ ଏହକୁ ଖଣ୍ଡନ କରିଛନ୍ତି l ଠେଙ୍ଗୋ ଡ଼୍ୟାମ ରୁ ଗେଟ ଖୋଲିବା ପାଇଁ ପୂର୍ବରୁ ସୁଚନା ଦିଆ ଯାଇଥିଲା l ଉପର ମୁଣ୍ଡରେ ବନ୍ୟାପାଣି ର ମାତ୍ରା ବଢ଼ି ଯିବାରୁ ଆମେ ଗେଟ ଖୋଲିବାକୁ ବାଧ୍ୟ ହେଲୁ l ଏକା ବେଳେ ଗେଟ ଖୋଲା ନ ଯାଇ ଗୋଟାଏ ପରେ ଗୋଟିଏ ଗେଟ ଖୋଲିଛୁ l ଯଦି ଗେଟ୍ ଖୋଲା ଯାଇ ନ ଥାନ୍ତା ତାହେଲେ ଡ୍ୟାମ ଭାଙ୍ଗି ଯିବାର ଆଶଙ୍କା ଥିଲା ବୋଲି ସେ ପ୍ରକାଶ କରିଛନ୍ତି l ତେବେ ଉକ୍ତ ଘଟଣା ର ସଠିକ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l