Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଯୁବ ବ୍ୟବସାୟୀ ପୁରନ୍ଦର ପତି ଙ୍କ ଅକାଳ ବିୟୋଗରେ ଶୋକସଭା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହାଇସ୍କୁଲ ମାଟ୍ରିକ ୧୯୮୫ ବ୍ୟାଚ ର ଛାତ୍ର ବ୍ୟବସାୟୀ ପୁରନ୍ଦର ପତି ଙ୍କ ଅକାଳ ବିୟୋଗ ରେ ହାଇସ୍କୁଲ ପରିସରରେ ଏକ ଶୋକସଭା ପାଳନ ହୋଇଯାଇଛି l ସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅବାହକତ୍ୱ ରେ ଆୟୋଜିତ ଶୋକସଭା ରେ ଶିକ୍ଷକ ଗିରିଜା ଶଙ୍କର ପଣ୍ଡା ସଭାପତିତ୍ବ କରିଥିବାବେଳେ ବରିଷ୍ଠ ସାମ୍ବାଦିକ କିଶୋର ହୋତା , ଶିକ୍ଷକ ତ୍ରିପୁରାରି ମହାକୁର , ଶେଷଦେବ ମିଶ୍ର , ଆରତୀ ମିଶ୍ର , ଜୟରାମ ତ୍ରିପାଠୀ , ଜଗଦିଶ ଶର୍ମା , ବିଜୟ କୁମାର ହୋତା , ଲାଲମନି ଦାଶ , ବିଦ୍ୟାଧର ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସ୍ବର୍ଗତ ପୁରନ୍ଦର ପତି ୫ ମାର୍ଚ୍ଚ ୧୯୬୮ ଜନ୍ମ ଗ୍ରହଣ କରିଥିବା ବେଳେ ଜଣେ ଯୁବ ବ୍ୟବସାୟୀ ଭାବରେ ବେଶ ପରିଚିତ ଥିଲେ l ତାଙ୍କ ବିୟୋଗରେ ଫ୍ରେଣ୍ଡସିପ ଦିବସ ରେ ୧୯୮୫ ମାଟ୍ରିକ ବ୍ୟାଚ ଛାତ୍ରବନ୍ଧୁ ମାନଙ୍କ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କର ଆମର ଆତ୍ମା ର ସତଗତି କାମନା କରି ନିରବ ପ୍ରାର୍ଥନା କରିଥିଲେ l ଶେଷରେ ଜୟରାମ ତ୍ରିପାଠୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l