Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ଲକ୍ ଗଠନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର :ସ୍ୱତନ୍ତ୍ର ବ୍ଲକ୍ ଗଠନ ନେଇ କିଛି ନିର୍ବାଚିତ ଜନପ୍ରତିନିଧି ଓ ଅଞ୍ଚଳର ସାମାଜିକ କର୍ମି ମିଳିତ ହୋଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚୁ। ଲୋକଙ୍କ କାମ କରୁ।ଦୂରତା,ଯାନ ବାହାନର ଅଭାବ,ସାମାଜିକ ସୁରକ୍ଷା,ଗମନାଗମନ ଓ ଭୌଗଳିକ ପରିସ୍ଥିତିକୁ ଆଖି ଆଗରେ ରଖି ଏଭଳି ବ୍ଲକ୍ ଗଠନକୁ ନେଇ ଦାଦି ଉପସ୍ଥାପିତ କରାଯାଇଛି। ଘଟଣା,ଦୂର୍ଘଟଣା,ଆର୍ଥିକ ସମସ୍ୟା,ଗମନାଗମନ ଭଳି ବିଭିନ୍ନ ସମସ୍ୟାକୁ ଏଡାଇ ଏକ ସ୍ୱଚ୍ଛ ଓ ନିର୍ମଳ ଜନ ସମୃଦ୍ଧିର ବିକାଶକୁ ଆଖି ଆଗରେ ରଖି ନୂତନ ବ୍ଲକ୍ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି।ଯୁଯୋମୁରା ଓ ଜମନକିରା ଭଲି ଦୁଇଟି ବ୍ଲକ୍ ର କେବଳ ଏଭଳି ସମସ୍ୟା ରହିନି ବରଂ ମାନେଶ୍ୱର ବ୍ଲକର ନୂଆଁ ତିହୁରା ମଧ୍ୟ ଏଭଳି ସଂକଟରେ ଘାରି ହେଉଛି।ଏହାକୁ ଆଖି ଆଗରେ ରଖି ୨ ଟି ଭିନ୍ନ ଦିଗ ଓ ୨ ଜାତୀୟ ରାଜପଥକୁ ଅତିକ୍ରମ କରି ଯୁଯୋମୁରା, ଜମନକିରା ଓ ମାନେଶ୍ୱର ବ୍ଲକ୍ ର କେତେକ ପଞ୍ଚାୟତ ମାନଙ୍କୁ ଏକାଠି କରି ସ୍ୱତନ୍ତ୍ର ବ୍ଲକ୍ ଗଠନ କରିବା ସରକାରଙ୍କ ପାଇଁ ଏକ ଦକ୍ଷତାର ପରିଚୟ। ଏଭଳି କ୍ଷେତ୍ରରେ ଯୁଯୋମୁରା ବ୍ଲକ୍ ର କୁକୁଡାପାଲି, ଜୟନ୍ତପୁର,କବରାପାଲି,ବାହାମ, ଘେନୁପାଲି,ନୂଆଁ ବରଙ୍ଗାମାଲ, ମେଘପାଳ,ଛାମୁଣ୍ଡା,ଟାମ୍ପରଗଡ ଓ ଡଙ୍ଗରପଡା ସହିତ ଜମନକିରା ବ୍ଲକ୍ ର କୁଲୁଣ୍ଡି,ମୁଣ୍ଢେନପାଲି ଓ ଖରସନମାଲ ପଞ୍ଚାୟତକୁ ମିଶାଇ ଏକ ସ୍ୱତନ୍ତ୍ର ବ୍ଲକ୍ ଗଠନ ପାଇଁ ୧୯୯୬ ମସିହାରୁ ଦାବି ହେଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କ ସମ୍ବଲପୁର ଗସ୍ତ ସମୟରେ ଗତକାଲି ସର୍କିଟ ହାଉସ ଠାରେ ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରା ଯାଇଛି। ଏଥିରେ ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର,କୁକୁଡାପାଲି ସରପଞ୍ଚ୍ ଗୀତାଞ୍ଜଲି ଦେହୂରୀ,ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ,ସରପଞ୍ଚ୍ ଆରତୀ ତାଣ୍ଡିଆ,ଡଙ୍ଗରପଡା ସରପଞ୍ଚ୍ ଅୟସକାନ୍ତ ବଡପଣ୍ଡା,କବରାପାଲି ସରପଞ୍ଚ୍ ଅନ୍ତର୍ଜାମୀ ପ୍ରଧାନ,ସମିତି ସଭ୍ୟା ବନିତା ଓରାମ, କୁଲୁଣ୍ଡି ସରପଞ୍ଚ୍ ପଙ୍କଜୀନି କୁମୁରା, ଟାମ୍ପରଗଡ ସରପଞ୍ଚ୍ କ୍ଷୀରୋଦ ରାଉଳ,ଘେନୁପାଲି ସରପଞ୍ଚ୍ ଜଗତରାମ ମିର୍ଦ୍ଧା,ନୂଆଁବରଙ୍ଗାମାଲ ସରପଞ୍ଚ୍ ସେବିକା ସାହୁ,ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୋସାଗର ଓ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପ୍ରମୂଖଙ୍କ ସ୍ୱାକ୍ଷର ରହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ପୁର୍ବତନ ବିଧାୟକ ରବିନାରାୟଣ ନାଏକ,ବୃନ୍ଦାବନ ମାଝୀ,ସୀମାଞ୍ଚଳ ଖଟେଇ,ଦେବେନ୍ଦ୍ର ମହାପାତ୍ର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ,ପ୍ରକାଶ ବଢାଇ ପ୍ରମୁଖଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ଏଠାରେ ସୂଚନା ଯୋଗ୍ୟଯେ ଜମନକିରା ଓ ଯୁଯୋମୁରା ବ୍ଲକ୍ ର ପ୍ରାୟ ୧୦ରୁ ଅଧିକ ପଞ୍ଚାୟତକୁ ମିଶାଇ ଏକ ବ୍ଲକ୍ ଗଠନ ନେଇ ୧୯୯୬ ମସିହାରୁ ଦାନା ବାନ୍ଧିଥିବା ଏହି ଦାବି ବର୍ତ୍ତମାନ ଆନ୍ଦୋଳନରେ ପରିଣତ ହୋଇଛି।