Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷା ଫଳରେ ବୀରମହାରାଜପୁର ବ୍ଲକ ଅଞ୍ଚଳରେ ବହୁ ଲୋକଙ୍କ ଘର ଭାଙ୍ଗି ମାଟିରେ ମିଶିଛି

ବୀରମହାରାଜପୁର : ଗତ ଦୁଇ – ତିନି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ରାସ୍ତାଘାଟ ଧୋଇ ହୋଇଯିବା ସହିତ ପୋଲ ଓ ଆପ୍ରୋଚ ରାସ୍ତା ମଧ୍ୟ ଭାଙ୍ଗି ଯାଇଛି । ଅଞ୍ଚଳର ବିଭିନ୍ନ ପଞ୍ଚାୟତର ବହୁ ଗ୍ରାମ ଲୋକଙ୍କ ଶତାଧିକ କଚ୍ଚାଘର ଭାଙ୍ଗି ଯାଇଛି । ଅନେକ ଲୋକଙ୍କ ମାଟି କାନ୍ଥ ଭାଙ୍ଗି ଯାଇଥିବା ବେଳେ ଅନେକଙ୍କ ଘର ଭୁଷୁଡି ପଡିଛି । ବ୍ଲକର ଖଣ୍ଡହତା ପଞ୍ଚାୟତର ରାମ୍ଭିପାଲି ଗ୍ରାମର ନାରାୟଣ ବାଙ୍କ , ଚୈତନ୍ୟ ବାଙ୍କ , ସମାରୁ ନାଏକ , ଦିଗଦହନ ବାଙ୍କ , ଗୌରମଣୀ ବାରିକ , ରାଧେଶ୍ୟାମ ବାରିକ , ମୂରଲି ରାଜହଂସ , ଶଙ୍କର ବାରିକ , ପଞ୍ଚାନନ ବିଶ୍ବାଳ , ବିଶି ବିଶ୍ବାଳ , ବହଳପଦର ପଞ୍ଚାୟତ ଅମରପାଲି ଗ୍ରାମର ରିଙ୍କୁ ସାହୁ , ମୋହନ ପଧାନ , ବିହାରୀ ଦେହୁରୀ , ବଳଭଦ୍ର ରଣା , ସ୍ନେହଲତା ଭୁଇ ବହଲପଦର ଗ୍ରାମର ପଞ୍ଚାନନ ହୋତା , ମଙ୍ଗଳ ଭୁଇ , ଗୌଡଗାଡ ର ରଘୁ ବସ୍ତିଆ , ବିଶାଳପାଲି ଗ୍ରାମର ଅମ୍ବିକା ସାହୁ , କେନଝିରିଆପାଲି ଗ୍ରାମର ତରଣିସେନ ନାଏକ , ତେଲିପାଲି ର ଗୀତା ଗୁରୁ , ହିଲୁଙ୍ଗ ଗ୍ରାମର ଅଦିମ ବାଦୀ , ଲୁତୁରପଙ୍କ ଗ୍ରାମର ସୁଜିତ ମହାକୁର , ଭଲିଆପଦର ଗ୍ରାମର ଶମ୍ଭୁ ଖୁରା ,‍ ଚୌହାନପୁର ଗ୍ରାମର ଗିରୀଧାରୀ ପଧାନ , ଦୁରଦୁରା ର ଚତରୁ ନାଏକ , ବିକଳପୁର ଗ୍ରାମର ଭୂମିସୁତା ନାଏକ , କମିରା ର ଜଳତା ବାଦୀ , ଜଗଡା ମହାନନ୍ଦ , ଜଗତ ବାଦୀ , ବେଦମତୀ ବାଦୀ , ପୁଲେଶ୍ବର ଗ୍ରାମର ବୃନ୍ଦାବନ ଭୋଇ , ସତ୍ୟ ଭୋଇ ,ବାରଝୁଲା ଗ୍ରାମର ସନ୍ତୋଷ ନାଏକ , ପଦ୍ମନାଭ ନାଏକ , ଅଚଣ୍ଡାର ଲାଲା ନାଏକ , ବରଘାଟ ଦାଦର ର ନନ୍ଦି ମହାକୁର , କୁଞ୍ଜାପାଲି ର ମଧୁ ଜଗଦଲା , କୁହିଦାଦର ର ମଗସିର ମାହାର , ରିଝେଇଦାଦର ର ମୀନ ଦେହେରୀ ,ସାଗଯୋରୀ ଗ୍ରାମର ରାଜନ ମୁଣ୍ଡା ଆଦିଙ୍କ ଘର ଭାଙ୍ଗି ଯାଇଛି।ଘର ନ ଥିବାରୁ ଉକ୍ତ ପରିବାର ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି । ବିଭାଗ ତରଫରୁ ତୁରନ୍ତ ତଦନ୍ତ କରି କ୍ଷତି ପୂରଣ ଦେବା ସହିତ ପଲିଥିଲ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି। ଘର ଭାଙ୍ଗିଥିବା ପରିବାର କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହିତ ଭାଙ୍ଗିଥିବା ଗୁହାଳ ପାଇଁ ମୋ ଗୁହାଳ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି । ଏନେଇ ବୀରମହାରାଜପୁର ତହସିଲଦାର ବିବୁଧ ଗଣନାୟକ ଙ୍କୁ ପଚାରିବାରୁ ରାଜସ୍ବ ନିରିକ୍ଷକ ମାନେ ଗାଁ ଗାଁ ଯାଇ ଘରଭଙ୍ଗା ତଦନ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି । ଏବେ ପିଡିତା ପରିବାରଙ୍କୁ ପଲିଥିନ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ