Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବ୍ଲକ ର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କଳା ବ୍ୟାଚ୍ ପରିଧାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକର କାର୍ଯ୍ୟାରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ କଳାବ୍ୟାଚ ପରିଧାନ କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନିର୍ଦ୍ଦେଶ କ୍ରମେ ବ୍ଳକ ସଂଘର ସଭାପତି ଲିଙ୍ଗରାଜ ବାଘ ଙ୍କ ସଭାପତିତ୍ୱ ରେ ବ୍ଲକ ସଭାଗୃହ ଠାରେ‌ କାର୍ଯ୍ୟରତ ସମସ୍ତ ନିର୍ବାହୀ ଅଧିକାରୀ ଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଥିଲା l ଉକ୍ତ ବୈଠକରେ ସମସ୍ତ ଅଧିକାରୀ ପ୍ରଥମେ କଳା ବ୍ୟାଚ୍ ପରିଧାନ କରିଥିଲେ l ଏଥିରେ ସରକାର ଙ୍କ ଓଆର ଏସ ପି ୨୦୧୭ ନିୟମ ଅନୁଯାୟୀ ପି. ଇ. ଓ. ମାନଙ୍କ ଯୋଗ୍ୟତା +୨ ରୁ +୩ କୁ କରିବା । ୫ ସ୍ତରରେ ରେ ଥିବା ପି. ଇ ଓ. ମାନଙ୍କ ଦରମା ୨୧୭୦୦ ଓ ୯ ସ୍ତରରେ ରେ ଥିବା ପି. ଇ. ଓ. ମାନଙ୍କ ଦରମା ୩୫୪୦୦ କୁ ବୃଦ୍ଧି କରିବା ନିଷ୍ପତ୍ତି ନିଆଯାଇଥିଲା l ଯେଉଁମାନେ ୧୦ ବର୍ଷ ଚାକିରୀ କରି ସାରିଛନ୍ତି ସେମାନଙ୍କ ପାଇଁ ନୂତନ ପୋଷ୍ଟ ସୃଷ୍ଟି କରି ପି. ଇ. ଓ. ପଦବୀ ଦିଆଯାଉ ଓ ଯେଉଁମାନେ ୩୦ ରୁ ୪୦ ବର୍ଷ କାମକରିଛନ୍ତି ସେମାନଙ୍କୁ ଜି. ପି. ଡି. ଓ. ପଦବୀ କୁ ପଦୋନ୍ନତି କରାଯିବା ନେଇ ଦାବି ପତ୍ର ରେ ଉଲ୍ଲେଖ ରହିଛି l ଏସବୁ ଦାବୀ ନେଇ ବୀରମହାରାଜପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଙ୍କୁ ଏକ ଦାବୀ ପତ୍ର ଦିଆଯାଇ ଥିବା ସଙ୍ଘ ର ସଭାପତି ଲିଙ୍ଗରାଜ ବାଘ କହିଛନ୍ତି l ପ୍ରମୁଖ ଦାବୀ ପୂରଣ ନହେବା ଯାଏ ଆସନ୍ତା ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ପି. ଇ. ଓ କାର୍ଯ୍ୟରେ ଯୋଗ ନଦେଇ ଛୁଟିରେ ରହିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆ ଯାଇଛି l ଏହି ଅବସରରେ ରେ ଲିଙ୍ଗରାଜ ବାଙ୍କ ଙ୍କ ସହ ଗୌରଚରଣ ସାହୁ , ଅକ୍ଷୟ କୁମାର ଭୋଇ , ଦୁର୍ଗା ପ୍ରସାଦ ମେହେର , ସରୋଜ କୁମାର ନନ୍ଦ , ଗୌରାଙ୍ଗ ମହାପାତ୍ର , ମିତାଞ୍ଜଳି ରଥ , ଆଦିତ୍ୟ କୁମାର ମେଣ୍ଡିଲି , ବିଶ୍ଵାମିତ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ