ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ହାୟର ସେକେଣ୍ଡାରି +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ ପ୍ରଧାନ ସଭାପତିତ୍ୱ କରି କଲେଜର ଇତିହାସଠୁ ଆରମ୍ଭ କରି କଲେଜର ନୀତି ନିୟମ ଓ କଲେଜ ଗଢିବା ଦିନରୁ ସଂଘର୍ଷ ଓ ସଫଳତା ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । “ସଂଘର୍ଷ ହିଁ ସଫଳତାର ସିଡି “ଏହି ସାରମର୍ମକୁ ଉପସ୍ଥାପନା କରିଥିଲେ। ସଂସ୍କୃତ ଅଧ୍ୟାପକ ସୁଧାଂଶୁ ଶେଖର ପଧାନ ଅନୁଷ୍ଠାନରେ ଉପଲବ୍ଧ ସୁବିଧା ସୁଯୋଗ ବିଷୟରେ କହିଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ କିଶୋର କୁମାର ସାହୁ +୨ ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଇଂରାଜୀ ଅଧ୍ୟାପିକା ପ୍ରତିମା ବାରିକ କେରିୟର୍ କାଉନ୍ ସେଲିଂ ଉପରେ ଆଲୋଚନା କରିଥିଲେ । ଅଧ୍ୟାପିକା ଦେବଯାନୀ ମେଶୁଆ କଲେଜ ପରିସର ତଥା ବାହାରେ ରେଗିଂ ଉପରେ ଆଲୋକପାତ କରିଥିଲେ । କଲେଜର ଡ୍ରେସ୍ କୋଡ୍ ଓ କଲେଜ୍ କୁ ରେଗିଂ ମୁକ୍ତ କରିବାକୁ ଉପଦେଶ୍ ଓ ପ୍ରତିଶ୍ରୁତି ଦେଇଥିଲେ । ଆଇ.ଟି ଅଧ୍ୟାପକ ଶଶାଙ୍କ ଶେଖର ସୁଆର ପ୍ରଯୁକ୍ତି ବିଜ୍ଞାନ ଉପରେ ଜ୍ଞାନ ପ୍ରଦାନ କରିଥିଲେ । ଓଡିଆ ଅଧ୍ୟାପକ ରାମ ପଧାନ କିଛି ଶିଖିବାର ଉପଦେଶ ଦେଇଥିଲେ । ସଭାପରେ ନବଗତ ଛାତ୍ରଛାତ୍ରୀ ମାନଙ୍କ ପରିଚୟ ପ୍ରଦାନ ପରେ ସାଂସ୍କ୍ରୁତିକ କାର୍ୟକ୍ରମ ଆୟୋଜିତ ହେଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶୁଭମ୍ ପଧାନ , ମନୋଜ ମହାକୁର , ଜାନକୀ ମେହେର , ସସ୍ମିତା ପଧାନ, ପ୍ରଜ୍ଞା ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ଶେଷରେ ଛାତ୍ରୀ ତିଳୋତ୍ତମା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
କଳାପଥର କଲେଜ ରେ ନବାଗତ ଛାତ୍ରଛାତ୍ରୀ ଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ସମ୍ବର୍ଦ୍ଧନା
