Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ପ୍ରତିଷ୍ଠା ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ନବମ ପ୍ରତିଷ୍ଠା ଦିବସ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ୧୩ ନଭେମ୍ବର ୨୦୧୭ ମସିହାରେ ସ୍ଥାପିତ ଏହି ସଂଘ ଦୀର୍ଘ ନଅ ବର୍ଷ ଧରି ମହିଳା ସଶକ୍ତିକରଣ, ଆର୍ଥିକ ସ୍ୱାବଲମ୍ବନ ଓ ଗ୍ରାମୀଣ ଜୀବିକାର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି।
ଏହି ଅବସରରେ ଓଡ଼ିଶା ଜୀବିକା ମିଶନ ବୀରମହାରାଜପୁର ର ଭାରପ୍ରାପ୍ତ ଗୋଷ୍ଠି ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ରମାକାନ୍ତ ହରିପାଲ ଙ୍କ ସହ ଡିଇଓ ପ୍ରଫୁଲ୍ଲ ବାରିକ୍,ସଂଘ ର ସଭାନେତ୍ରୀ ମୀରା ବାରିକ୍ , ସମ୍ପାଦିକା ମାଧୁରୀ ମେହେର , ନଥି ପତ୍ର ପରିଚାଳିକା ବବିତା ରାଣୀ ମହାପାତ୍ର, ଏମ. ବି. କେ ଗୀତାଞ୍ଜଳି ଜେନା. ପଦ୍ମିନୀ ପାଢ଼ୀ ବ୍ୟାଙ୍କ୍ ମିତ୍ର ଇନ୍ଦୁମତୀ ତାଣ୍ଡିଆ ଙ୍କ ସମେତ କାର୍ଯ୍ୟକାରୀ କମିଟିର ସଦସ୍ୟା, ସିଆରପି ଭଉଣୀ ମାନେ ଉପସ୍ଥିତ ଥିଲେ।
ସଂଘର ଏହି ନଅ ବର୍ଷର ଯାତ୍ରା କେବଳ ଏକ ସଂଗଠନର ସଫଳତା ନୁହେଁ, ବରଂ ଗ୍ରାମାଞ୍ଚଳର ହଜାର ହଜାର ମହିଳାଙ୍କ ସ୍ୱପ୍ନ, ସଂଘର୍ଷ, ଏକତା ଓ ଆତ୍ମବିଶ୍ୱାସର ପ୍ରତୀକ ଓ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହିତ ଜୀବିକା ବିକାଶ, ସାମାଜିକ ସଚେତନତା, ଉଦ୍ୟୋଗୀକରଣ ଏବଂ ଗ୍ରାମର ସାମଗ୍ରିକ ବିକାଶରେ ସଂଘର ଭୂମିକା ଉଲ୍ଲେଖନୀୟ ବୋଲି ରମାକାନ୍ତ ହରିପାଲ ନିଜର ଉଦବୋଧନ ଦେଇଥିଲେ।
ଏହି ଅବସରରେ ଆଗାମୀ ଦିନରେ ସଂଘକୁ ଅଧିକ ସୁଦୃଢ଼ କରିବା, ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ସକ୍ରିୟ କରିବା ଏବଂ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସଭାନେତ୍ରୀ ମୀରା ବାରିକ ସମସ୍ତ ଙ୍କୁ ସଂକଳ୍ପବଦ୍ଧ କରାଇଥିଲେ।
ଏକତା ହିଁ ଶକ୍ତି, ସହଯୋଗ ହିଁ ସଫଳତା ଏବଂ ମହିଳା ସଶକ୍ତିକରଣ ହିଁ ଆମର ଲକ୍ଷ୍ୟ ଏହି ବାର୍ତ୍ତା ସହ ନବମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ