Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ପୋଲିସ କୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ ା

ସୁବର୍ଣ୍ଣପୁର-ସୋନପୁର ପୋଲିସ କୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସୋନପୁର ପୋଲିସ । ଗତକାଲି ସଂନ୍ଧ୍ୟା ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ମନମୁଣ୍ଡା ପଟରୁ ଆସୁଥିବା ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ କିନ୍ତୁ କାରଟି ଦ୍ରୁତ ଗତିରେ ପଳାଇବାରୁ ତାକୁ ପୋଲିସ ଗୋଡାଇବା ସହ କାରଟିକୁ ମହାନଦୀପୋଲ ନିକଟରେ ଅଟକାଇଥିଲେ । ସେଠାରେ କାର ଭିତରୁ ଦୁଇଟି ଦେଶି ପିସ୍ତଲ, କିଛି ଅଫୁଟା ଗୁଳି, ଗୋଟାଏ ମାଗାଜିନ, ଗୋଟାଏ ଛୁରି, ୫ଟି ମୋବାଇଲଫୋନ,ଏବଂ ହୁଣ୍ଡାଇଭର୍ଣ୍ଣା କାରଜବତ କରିଛି ପୋଲିସ । ଉତର ପ୍ରଦେଶ ବରେଳୀ ଅଂଳର ତିନିଜଣ ଅଭିଯୁକ୍ତ ଯୁବକ ଅଙ୍କୁର ଦିବାକର, ମୋହିତ କୁମାର ଓ ଅବଦେଶ କୁମାର ୟାଦବଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷି ଅଧିକ୍ଷକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ