ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନରୋତ୍ତମ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ରାଶୀ ବଣ୍ଟନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିମଳେନ୍ଦୁ ରଏ ସଭାପତିତ୍ୱ କରିଥିବା ବେଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଓ ତରଭା ବ୍ଲକ ଅଧକ୍ଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଶିବିରରେ ମୋଟ ୫୧୦ଜଣ ନିର୍ମାଣ ଶ୍ରମିକ ଲାଭାର୍ଥିଙ୍କୁ ପାଖାପାଖି ୨କୋଟି ୯୭ଲକ୍ଷ ଟଙ୍କାର ସହାୟତା ବଣ୍ଟନ କରାଯାଇଥିଲା । ୪୯ଜଣ ଲାଭାର୍ଥିଙ୍କୁ ଶିକ୍ଷା ସହାୟତା, ୩୦୦ଜଣଙ୍କୁ ବିବାହ କାଳୀନ ସହାୟତା, ୨୫ଜଣଙ୍କୁ ପ୍ରସୃତୀ କାଳୀନ ସହାୟତା ଓ ୬୮ଜଣ ଲାଭାର୍ଥିଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶୀ ପ୍ରଦାନ କରାଯାଇଥିଲା । ନିର୍ମାଣ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଦ୍ଧପରିକର ରହିଥିବା ବେଳେ ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସମସ୍ଥ ସହାୟତା ଠିକ ସମୟରେ ଯୋଗାଇ ଦିଆଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଜିଲ୍ଲା ଶ୍ରମ ଅଧିକାରୀ ।