୮ ଟି ଦିବ୍ୟଙ୍ଗ ପରିବାର କୁ ମିଳିଲା ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା


କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ଗାଁ ର ଆଠ ଟି ଦିବ୍ୟଙ୍ଗ ପରିବାର କୁ ଦିବ୍ୟଙ୍ଗ ଙ୍କ ବିବାହ ପ୍ରୋତ୍ସାହନ ସହାୟତା ରାଶି ମିଳିଥିବା ଜଣା ପଡ଼ିଛି।ସୂଚନା ମତେ ସୋମବାର ଜିଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେସା ରେଡି, କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ତଥା କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ସଭାପତି ସୁରେଶ ଚୌଧୁରୀଙ୍କ ଉପସ୍ଥିତ ରେ ଏହି ବ୍ଳକ ର ଗଜବାହାଲ ଗାଁର ଦିବ୍ୟଙ୍ଗ ପରିବାର ଦିଗ ନାଗ ଓ ପତ୍ନୀ ସବିତା ନାଗ, ଭଟାପଲା ଗାଁ ର ଫାଲଗୁନ ସାହୁ ଓ ପତ୍ନୀ ଯଶୋବନ୍ତି ସାହୁ,ବ୍ରହ୍ମଣୀମୁଣ୍ଡା ଗାଁ ର କୈଳାସ ରଣା ଓ ପତ୍ନୀ ଅନିତା ରଣା, ତେରେସିଙ୍ଗା ଗ୍ରାମର ଅଞ୍ଜଳି ମାଝୀ ଓ ତାଙ୍କ ସ୍ବାମୀ ପବିତ୍ର ମାଝୀ, ବୋରପଦର ଗ୍ରାମ ର ବଳରାମ ସାହୁ ଓ ତାଙ୍କ ପତ୍ନୀ ସୁନାଫୁଲ ସାହୁ,ଜୋରାଡବରା ଗ୍ରାମର ନର୍ମଦା ବେହେରା ଓ ତାଙ୍କ ସ୍ବାମୀ ବଳଦେବ ଗଉଡ଼, ସ. ମାଲପଡା ଗ୍ରାମର ତପନ ଚନ୍ଦନ ଓ ତାଙ୍କ ପତ୍ନୀ ଜାନକୀ ହେର୍ନା, ସିଲେଟପଡା ଗ୍ରାମର ଶଶୀଭୂଷଣ ଜାନୀ ଓ ତାଙ୍କ ପତ୍ନୀ ସୀମା ଜାନୀ ପ୍ରମୁଖ ଙ୍କୁ ସରକାର ଙ୍କସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇ ଲକ୍ଷ ପଚାଷ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ର ଚେକ ପ୍ରଦାନ କରାଯାଇଥିଲା।ଠିକ ସେହିପରି ଜୁନାଗଡ଼ ବ୍ଳକ ର ବୁଢ଼ୀପଦର ଗ୍ରାମର ଦିବ୍ୟଙ୍ଗ ପରିବାର ନୀଳକଣ୍ଠ ଲେଞ୍ଜିଆ ଓ ତାଙ୍କ ପତ୍ନୀ ସାବେତ୍ରୀ ଲେଞ୍ଜିଆ ଙ୍କୁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ର ଚେକ ଦିଆଯାଇଥିବା ବେଳେ ଦୁଇ ଜଣ ଦିବ୍ୟଙ୍ଗ ଛାତ୍ର ଙ୍କୁ ଲାପଟୋପ ପ୍ରଦାନ କରାଯାଇଥିଲା।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଏସଏସଓ ସସ୍ମିତା ହୋତା, ଜିଲ୍ଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ର ଭବାନୀପାଟଣା ର ବାଦଲ ପଟନାଏକ,ନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।