ଆଇ ଆଇ ଟି ହାଇଦ୍ରାବାଦ ରେ ଓଡ଼ିଆ ଛାତ୍ରୀଙ୍କ ଆତ୍ମହତ୍ୟା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଙ୍ଘା ପଞ୍ଚାୟତ ସୁବଳୟା ଥାନା ଅନ୍ତର୍ଗତ ଡୁମୁରି ଗ୍ରାମ ଦୁଃଖିଶ୍ଯାମ ନାଏକଙ୍କ ଝିଅ ମମିତା ନାଏକ (21) ର ମୃତ ଦେହ ତାଙ୍କ ରହୁଥିବା ହଷ୍ଟେଲ ର ଏକ ବନ୍ଦ କୋଠରୀ ରୁ ସୋମବାର ଉଦ୍ଧାର ହୋଇଥିବା ଜଣାପଡିଛି I ତେବେ ମମିତା ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ସୂଚନା ମିଳିଛି l ଏ ନେଇ ଆଇ ଆଇ ଟି କର୍ତ୍ତୃପକ୍ଷ ଛାତ୍ରୀଙ୍କ ଘରକୁ ଖବର ଦେଇଥିବାବେଳେ ମଙ୍ଗଳବାର ପରିବାର ଲୋକ ସେଠାରେ ଯାଇ ପହଞ୍ଚିଛନ୍ତି l ତେବେ ଛାତ୍ରୀ ଜଣକ ଙ୍କ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡିନାହିଁ I ସେ ଜଣେ ମେଧାବୀ ଛାତ୍ରୀ ଥିବାବେଳେ ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ ମିଳିଥିବା ପୋଲିସ ସୂଚନା ଦେଇଛି l ଉକ୍ତ ଘଟଣା ସମ୍ପର୍କରେ ସାଙ୍ଗlରେଡଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ କରୁଥିବା ଜଣାପଡିଛି l ଜୁଲାଇ 26 ତାରିଖ ଦିନ ମମିତା ଏମ୍ ଟେକ୍ ପ୍ରଥମ ବର୍ଷରେ ନାମ ଲେଖାଇ ହଷ୍ଟେଲ୍ କୁ ଯାଇଥିଲେ l ମାତ୍ର ଦଶ ଦିନ ଭିତରେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡି ନାହିଁ I