Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଟିକରାପଡ଼ା ରେ ଫାଇଲେରିଆ ନିରାକରଣ ସଚେତନତା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଟିକିରାପଡ଼ା ଠାରେ ଫାଇଲେରିଆ ନିରାକରଣ ନିମନ୍ତେ ସାର୍ବଜନୀନ ଔଷଧ ସେବନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫାଇଲେରିଆ ସଚେତନତା ରଥ ମାଧ୍ୟମ ରେ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲା । ଆସନ୍ତା ଅଗଷ୍ଟ ୧୦ ରୁ ୧୯ ମଧ୍ୟରେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ଘର ଘର ବୁଲି ୨ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଫାଇଲେରିଆ ଔଷଧ ଖୁଆଇବେ । ଗର୍ଭବତୀ ମହିଳା , ୨ ବର୍ଷ ରୁ କମ୍ ଶିଶୁ ଏବଂ ସାଙ୍ଘାତିକ ରୋଗରେ ପୀଡ଼ିତ ଲୋକ ଙ୍କୁ ଛାଡ଼ି ସମସ୍ତେ ଔଷଧ ଖାଇବେ । ଏହି ସଚେତନତା ରେ ଉପଖଣ୍ଡ ଡାକ୍ତରଖାନା ର ଜନସ୍ବାସ୍ଥ୍ୟ ଅଧିକାରି ସ୍ୱର୍ଣପ୍ରଭା ଯୁଏଡ , ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର ଦାସ ଏବଂ କ୍ଷେତ୍ର ପରିଦର୍ଶିକା , ସୁବଳୟା ଓ ଟିକିରାପଡା ର ସମସ୍ତ ଆଶା , ଆଙ୍ଗନଓ୍ବାଡି କର୍ମି ଏବଂ ସ୍ବୟଂସହାୟକ ଗୋଷ୍ଠିର ସଦସ୍ୟା ମାନେ ଉପସ୍ଥିତ ଥିଲେ।