Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନବଦାସ ହତ୍ୟାକାଣ୍ଡ ଘଟଣା: ଆଜି ଝାରୁସୁଗୁଡ଼ା ଏଡିଜେ କୋର୍ଟରେ ହାଜର ହେବ ଗୋପାଳ, କରାଯିବ ଚାର୍ଜ ଫ୍ରେମ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ବୁଧବାର ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଚାର୍ଜ ଫ୍ରେମ କରାଯିବ। କଡ଼ା ସୁରକ୍ଷାରେ ଗୋପାଳକୁ କଟକ ଚୌଦ୍ଵା ଜେଲରୁ ଝାରସୁଗୁଡ଼ା ନିଆଯିବ। ଜାନୁଆରୀ ୨୯ରେ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ଏହା ପୂର୍ବରୁ ଜୁଲାଇ ୨୬ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା।

ଆଜି ଗୋପାଳ ଦାସକୁ ପୁଣି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ନିକଟରେ ହାଜର କରାଯିବ ଏବଂ ଚାର୍ଜ ଫ୍ରେମ ପରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ । ଗୋପାଳକୁ କଡା ସୁରକ୍ଷା ବଳୟରେ କଟକ ଚୌଦ୍ୱାରରୁ ଝାରସୁଗୁଡାକୁ ଆଣି କୋର୍ଟରେ ହାଜର କରାଯିବା ପରେ ପୁଣି ତାକୁ ଚୌଦ୍ୱାର ଜେଲକୁ ନିଆଯିବ।

ଗତ ଜୁଲାଇ ୧୩ ତାରିଖରେ ମଧ୍ୟ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜର ହେବା ପରେ ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା।ଗୋପାଳ ଓକିଲ ଦେବାକୁ ମନା କରିବାରୁ ଷ୍ଟେଟ ଡିଫେନ୍ସ ଓକିଲ ନରେଶ ନାୟକଙ୍କୁ ଗୋପାଳର ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଥିଲା।

ସୂଚନାଯାଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମୟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସ୍ଆ‌ଇ ଗୋପାଳ ଦାସ । ଗୁଳି କରିବା ମାତ୍ରେ ବ୍ରଜରାଜନଗର ପୋଲିସ ଗୋପାଳକୁ ତୁରନ୍ତ କାବୁ କରି ନେଇଥିଲା । କାଳ ବିଳମ୍ବ ନକରି ରାଜ୍ୟ ସରକାର ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇସାରିଛି । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଥିଲା ।