Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶନ୍ଧି ଧରି ମନେ ରଖାଯିବ; ରାହୁଲଙ୍କୁ ଚିଠି ଲେଖି ଖୁବ୍ ପ୍ରଶଂସା କଲେ କେଜରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜରିଓ୍ଵାଲ ଚିଠିରେ ଦୁଇ ନେତାଙ୍କୁ ଦିଲ୍ଲୀ ସର୍ଭିସ୍ ବିଲ୍ ଉପରେ ସଂସଦରେ ସମର୍ଥନ କରିଥିବା ଯୋଗୁଁ ଧନ୍ୟବାଦ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସମ୍ବିଧାନର ସିଦ୍ଧାନ୍ତ ପ୍ରତି ଆପଣଙ୍କ ପ୍ରତିବଦ୍ଧତାକୁ ଦଶନ୍ଧି ପର୍ଯ୍ୟନ୍ତ ମନେ ରଖାଯିବ।

ଅରବିନ୍ଦ କେଜରିଓ୍ଵାଲ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଓ୍ଵାୟାନାଡ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲେଖିଛନ୍ତି ଯେ, ଦିଲ୍ଲୀ ସର୍ଭିସ୍ ବିଲ୍ ୨୦୨୩କୁ ଆପଣଙ୍କ ପାର୍ଟି ପ୍ରତ୍ୟାଖ୍ୟାନ କରିବା ଓ ଏହା ବିରୋଧରେ ଭୋଟିଂ କରିଥିବାରୁ ମୁଁ ଦିଲ୍ଲୀର ୨ କୋଟି ଜନତାଙ୍କ ପକ୍ଷରୁ କୃତଜ୍ଞତା ବ୍ୟକ୍ତ କରୁଛି। ସେ ସଂସଦ ବାହାରେ ଓ ଭିତରେ ବିଲ୍ ବିରୋଧରେ ସ୍ଵର ଉଠାଇଥିବା କଂଗ୍ରେସର ଖୁବ୍ ପ୍ରଶଂସା କରିଛନ୍ତି। ମୋତେ ବିଶ୍ଵାସ ଯେ, ସମ୍ବିଧାନର ସିଦ୍ଧାନ୍ତ ପ୍ରତି ଆପଣଙ୍କ ଅଟଳ ନିଷ୍ଠାକୁ ଦଶନ୍ଧି ଯାଏ ମନେ ରଖାଯିବ ବୋଲି କେଜରିଓ୍ଵାଲ ଚିଠିରେ ଉଲ୍ଲେଖ କରିଛନ୍ତି।

କେଜରିଓ୍ଵାଲ ସଂସଦର ଉଭୟ ଗୃହରେ ଦିଲ୍ଲୀ ସେବା ବିଲ୍ ଗୃହୀତ ହେବା ପରେ ମଧ୍ୟ କଂଗ୍ରେସ ସହିତ ରହିବାର ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ସମ୍ବିଧାନର ଅଣଦେଖା କରୁଥିବା ଶକ୍ତି ବିରୋଧରେ ଲଢେଇରେ ମୁଁ ଆପଣଙ୍କ ସମର୍ଥନ ମିଳିବ ବୋଲି ବିଶ୍ଵାସ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଲେଖିଥିବା ଚିଠିରେ ମଧ୍ୟ କେଜରିଓ୍ଵାଲ ଏହି କଥା କହିଛନ୍ତି।