Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁରରେ ଭାରତମାତାର ହତ୍ୟା କରାଯାଇଛି, ମୋଦୀ ସରକାର ଦେଶଦ୍ରୋହୀ, ସଂସଦରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବିରୋଧରେ ବିରୋଧୀଙ୍କ ଦ୍ଵାରା ସଂସଦରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଦ୍ଵିତୀୟ ଦିନରେ ଲୋକସଭାରେ ବିତର୍କ ଚାଲିଛି। ବୁଧବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖି ଶାଣିତ ସ୍ଵରରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ନିକଟରେ ମୁଁ ମଣିପୁର ଯାଇଥିଲି, ହେଲେ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ମଣିପୁର ଯାଇ ପାରିଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ, ମଣିପୁରକୁ ବାଣ୍ଟି ଦେଇଛନ୍ତି।

ରାହୁଲ କହିଛନ୍ତି, ମଣିପୁର ଆଉ ମଣିପୁର ହୋଇ ରହିନାହିଁ। ରାଜ୍ୟକୁ ଭାଗ ଭାଗ କରି ଦିଆଯାଇଛି। ଏମାନେ ମଣିପୁରରେ ହିନ୍ଦୁସ୍ଥାନର ହତ୍ୟା କରିଛନ୍ତି। ରାଜନୀତି ପାଇଁ ଏମାନେ ମଣିପୁରରେ ହିନ୍ଦୁସ୍ଥାନକୁ ମାରିଛନ୍ତି। ଭାରତର ସ୍ଵରକୁ ଆପଣ ମଣିପୁରରେ ମାରିଛନ୍ତି। ମଣିପୁର ଲୋକଙ୍କୁ ମାରି ଆପଣ ଭାରତମାତାର ହତ୍ୟା କରିଛନ୍ତି। ଆପଣ ଦେଶପ୍ରେମୀ ନୁହନ୍ତି ଆପଣ ଦେଶଦ୍ରୋହୀ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ରାହୁଲ ଏହା ମଧ୍ୟ କହିଛନ୍ତି ଯେ, ଆପଣ ଭାରତର ରକ୍ଷାକର୍ତ୍ତା ନୁହନ୍ତି ବରଂ ଭାରତର ହତ୍ୟାକାରୀ। ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଆଣି ପାରିବେ। କିନ୍ତୁ ଭାରତୀୟ ସେନାକୁ ମଣିପୁରରେ ନିୟୋଜିତ କରାଯାଉ ନାହିଁ। ଲଙ୍କାକୁ ହନୁମାନ ନୁହେଁ ରାବଣର ଅହଙ୍କାର ଜଳାଇଥିଲା। ରାବଣକୁ ତାରି ଅହଙ୍କାର ମାରିଥିଲା। ସାରା ଦେଶରେ ଆପଣ ଭାରତମାତାର ହତ୍ୟା କରି ଚାଲିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ