ସିଣ୍ଢୋଲ କଲେଜ ରେ ଯୁବ ସମ୍ବାଦ ଇଣ୍ଡିଆ 2047 ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଆଞ୍ଚଳିକ କଲେଜ ଠାରେ ଆଜି ଯୁବ ସମ୍ବାଦ ଇଣ୍ଡିଆ 2047 ଆୟୋଜିତ ହୋଇଯାଇଛି l ବୁଧବାର ନେହେରୁ ଯୁବା କେନ୍ଦ୍ର ସୋନପୁର ତତ୍ୱାବଧାନ ରେ ତଥା ଯୁବା ଓ ଖେଳ ମନ୍ତ୍ରଣାଳୟ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବୀର ସୁରେନ୍ଦ୍ର ସାଏ କ୍ଲବ ମାଟୁପାଲି ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ମହାବିଦ୍ୟାଳୟ ସିଣ୍ଢୋଲ ଠାରେ ଅନୁଷ୍ଠିତ ହୋଇ ଥିଲା l
ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ତଥା କଲେଜ ପରିଚାଳନା ପରିଷଦର ସଭାପତି ଯୁକ୍ତ ତିନିର ଶ୍ରୀ ଶିବ ଚରଣ ସାହୁ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବାରିକ ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କୁ ମାଲ୍ୟାର୍ପଣ କରିଥିଲେ l
ଏହି ଅବସରରେ 1- ବିକଶିତ ଭାରତର ଲକ୍ଷ୍ୟ , 2-ଉପନିବିଷବାତ ଦୂରୀକରଣ 3 – ଐତିହ୍ୟ ଓ ପରମ୍ପରା ଗୌରବ 4 – ଏକତା ଓ ସଂହତି , 5 – କର୍ତ୍ତବ୍ୟ ଓ ଚେତନାବୋଧ ଉପରେ ଆଲୋଚନା ହୋଇଥିଲା I ଏଥିରେ ନାରାୟଣ ବଗର୍ତ୍ତୀ , ସୁରତ ଗୁରୁ , କୁଳମଣି ସାହୁ , ପବିତ୍ର ବାରିକ ଓ ଧର୍ମନିରଂଜନ ପଣ୍ଡା ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ l ଅତିଥି ପରିଚୟ ପ୍ରଦାନ କରିଥିଲେ ଦିଲ୍ଲୀପ କୁମାର ଦଳେଇ , କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବାବଦରେ କହିଥିଲେ ବୀର ସୁରେନ୍ଦ୍ର ସାଏ କ୍ଲବର ସମ୍ପାଦକ ଶମ୍ଭୁରାଜ କର୍ଣ୍ଣ I ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିବା ବେଳେ ନେହେରୁ ଯୁବା କେନ୍ଦ୍ରର ସ୍ବେଚ୍ଛାସେବୀ ଧବଳେଶ୍ୱର ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ l