Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋକାନରେ ଓଜନିଆ ଲୁହାକବାଟ ପଡି ମହିଳାଙ୍କ ମୃତ୍ୟୁ

ଚିପିଲିମା,ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଚିପିଲିମା ଫାଣ୍ଡି ବସନ୍ତପୁର ପଞ୍ଚାୟତ ରୁପାପାଲି ଛକ ନିକଟରେ ଥିବା ଏକ ୱେଲ୍ଡିଂ ଦୋକାନ ରେ ଓଜନିଆ ଲୁହାକବାଟ ପଡ଼ି ମହିଳା ଙ୍କ ମୁତ୍ୟୁ ହୋଇଯାଇଛି।ଏନେଇ ବୁର୍ଲାଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ମୃତ ମହିଳା ଜଣକହେଲେ ଦୋକାନ ମାଲିକ ଚିନ୍ତାମଣି ସୁନା ଙ୍କ ଧର୍ମ ପତ୍ନୀ କାମିନୀ ସୁନା (୩୦) ଅଟନ୍ତି। ସୂଚନା ଅନୁସାରେ ଗ୍ରୀଳ ଦୋକାନ ରେ ମିସ୍ତ୍ରୀ ଓ ଦୁଇ ଜଣ ଲୁହା କବାଟ କୁ ଧରି ୱେଲ୍ଡିଙ୍ଗ କରୁଥିବା ବେଳେ କାମିନୀ ପାଖରେ ଛିଡା ହୋଇ ଦେଖୁଥିଲେ। ଲୁହା କବାଟ ଟି ର ୪ କ୍ଵିଣ୍ଟାଲ ଓଜନ  ଥିବାରୁ ଭାର ସାମ୍ୟ ହରାଇ କବାଟ ଟି କାମିନୀ ଉପରେ ପଡ଼ିଯାଇଥିଲା। କପାଳ ରେ ପ୍ରବଳ ଆଘାତ ହେବା ସହିତ କବାଟ ତଳେ ସେ କିଛି ସମୟ ପର୍ଯ୍ୟନ୍ତ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ନିଆ ଯାଇଥିଲା। ହେଲେ ଚିକିତ୍ସାଧୀନ ଭାବରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ପୁଲିସ କେଶ ନ ୭୪୫/୯/୮/୨୩ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲା। ଶୋକାକୁଳ ପରିବେଶ ରେ ସ୍ଥାନୀୟ ଶ୍ୱଶାନ  ଘାଟରେ ଅନ୍ତିମ ସତ୍କାର କରାଯାଇଥିଲା।କାମିନୀ ଙ୍କ ଶେଷ ଶଯ୍ୟା ସମୟରେ ସ୍ଵାମୀ , ଶାଶୁ ,୧୦ବର୍ଷ ର ଝିଅ ଓ ପୁଅ (୫) ଉପସ୍ଥିତ ଥିଲେ। କାମିନୀ ଙ୍କ ଅକାଳ ବିୟୋଗ ରେ ପଡା ରେ ଶୋକ ର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ