Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋରୁ ଚାଲାଣ କରୁଥିବା ଗାଡି ସହିତ ଗୋରୁ ଙ୍କୁ ପୋଲିସ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟl ବଜରଙ୍ଗ ଦଳର ଯୁବକ ମାନେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନରେ ଗୋରୁ ଚାଲାଣ ବେଳେ ଗତ ବିଳମ୍ବିତ ରାତିରେ ଚଢ଼ାଉ କରିଛନ୍ତି l ଗୋଚାଲାଣ ହେଉଥିବାର ଖବର ପାଇ ସୁରୁବାଲି ଯୋରର ଟୋଲ ଗେଟ୍ ନିକଟରେ ଅଟକାଇ ଥିଲେ । ଉକ୍ତ ଭ୍ୟାନରେ ୪ଟି ଗୋରୁ ଚାଲାଣ ହେଉଥିବାର ଜଣା ପଡିଥିଲା । ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ି ସହ ଗୋରୁମାନଙ୍କୁ ଧରି ସୁବଳୟା ପୋଲିସର ଜିମା ଦେଇଥିଲେ । ସୁବଳୟା ପୋଲିସ ପକ୍ଷରୁ ଏ ନେଇ ଏକ ମାମଲା (୧୨୭/୨୩) ରୁଜୁ ହୋଇଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ