Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ୟାଙ୍କରୁ ଲୋନ ନେଉଥିବା ଗ୍ରାହକଙ୍କୁ ବଡ଼ ଆଶ୍ଵସ୍ତି, ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ ଓ ଦରବୃଦ୍ଧି ଚିନ୍ତା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗୁରୁବାର ମୁଦ୍ରା ନୀତି ସମୀକ୍ଷା ଉପରେ ବୈଠକ ହୋଇଛି। ବୈଠକରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ଆଜି ଏହାର ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଅର୍ଥାତ କ୍ରମାଗତ ୩ୟ ଥର ରେପୋ ରେଟ୍ ୬.୫ ପ୍ରତିଶତରେ ରହିଛି। ଫଳରେ ବ୍ୟାଙ୍କରୁ ଲୋନ ନେଉଥିବା ଗ୍ରାହକଙ୍କ ପାଇଁ ଏହା କିଛିଟା ଆଶ୍ଵସ୍ତି ପ୍ରଦାନ କରିଛି।

ସୂଚନାଯୋଗ୍ୟ, ରେପୋ ରେଟ୍ ଆଧାରରେ ବ୍ୟାଙ୍କ ଗ୍ରାହକଙ୍କୁ ଲୋନ ଦେଇଥାଏ। ରେପୋ ରେଟ୍ ବଢିଲେ ବ୍ୟାଙ୍କ ଲୋନ ଉପରେ ସୁଧ ମଧ୍ୟ ବଢାଇଥାଏ। ରେପୋ ରେଟ୍ ହ୍ରାସ ହେଲେ ସୁଧ କମ କରିବା ପାଇଁ ବ୍ୟାଙ୍କ ଉପରେ ଚାପ ପଡ଼ିଥାଏ। କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି ଗତ ବର୍ଷ ମେ ମାସରୁ ଆରମ୍ଭ କରିଥିଲା। କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସଠୁ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଏହା ପରେ ଏପ୍ରିଲ ଓ ଜୁନରେ ବସିଥିବା ମୁଦ୍ରା ନୀତି ସମୀକ୍ଷା ବୈଠକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି, ଗ୍ଲୋବାଲ ଇକୋନୋମିରେ ସମସ୍ତ ପ୍ରକାରର ଆହ୍ଵାନ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ଦୃଢତାର ସହ ଆଗକୁ ବଢୁଛି। ଶକ୍ତିକାନ୍ତ ଦାସଙ୍କ ମତରେ ଭାରତୀୟ ଅର୍ଥବ୍ୟବସ୍ଥା ଦରବୃଦ୍ଧି ନିୟନ୍ତ୍ରଣ ଦିଗରେ ସକରାତ୍ମକ ପ୍ରଗତି କରୁଛି। କିନ୍ତୁ ଖାଧ୍ୟ ମୁଦ୍ରାସ୍ଫିତି ଚିନ୍ତାର ବିଷୟ। ତଥାପି ଆମେ ଦୁନିଆ ପାଇଁ ଆର୍ଥିକ ବୃଦ୍ଧିର ଇଞ୍ଜିନ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।