Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜ ର ଯୁକ୍ତ ଦୁଇ କଳାରେ 64 ସିଟ ବୃଦ୍ଧି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ସିଟ୍ ସଂଖ୍ୟା ବୃଦ୍ଧି ହୋଇଛି । ଫଳରେ କଲେଜର ଯୁକ୍ତ ଦୁଇ କଳାରେ ୬୪ ଟି ସିଟ୍ ବୃଦ୍ଧି ହୋଇ ସମୁଦାୟ ୩୨୦ ଟି ସିଟ୍ ହୋଇଥିବା ଜଣାଯାଇଛି l ଏହା ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ( ସାମସ୍) ପୋର୍ଟାଲ ରୁ ଜଣା ପଡିଛି । ପୂର୍ବରୁ ଉକ୍ତ କଲେଜରେ ଯୁକ୍ତ ଦୁଇ କଳା ରେ ୨୫୬ ଟି ଥିଲା । କଲେଜ ର ସିଟ୍ ସଂଖ୍ୟା ବୃଦ୍ଧି ହେବା ପରେ ଛାତ୍ର ଛାତ୍ରୀ ଓ ଅଞ୍ଚଳର ଶିକ୍ଷାବିତଙ୍କ ଭିତରେ ଆନନ୍ଦ ର ଲହରି ଖେଳି ଯାଇଛି । କଲେଜର ସିଟ୍ ସଂଖ୍ୟା ବୃଦ୍ଧି ହୋଇଥିବାରୁ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଅଧିକ ସଂଖ୍ୟକ ଏଠାରେ ନାମ ଲେଖାଇ ବାର ସୁଯୋଗ ପାଇବେ ବୋଲି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡା. ହିମାଂସୁ ଶେଖର ପାଢୀ କହିଛନ୍ତି । ସୂଚନାଯୋଗ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଚିଠି ନଂ ୭୭୬୪ ତା ୧୮/୭/୨୦୨୩ ରେ ଏହା ଜଣାପଡିଥିଲେ ମଧ୍ୟ ସାମସ୍ ପୋର୍ଟାଲ ରେ ଏହା ବୁଧୁବାର ପ୍ରଦର୍ଶିତ ହୋଇଛି।