Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଡlଲ ଗ୍ରାମରେ ଜବର ଦଖଲ ଉଚ୍ଛେଦ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଖଣ୍ଡହତା ଆର୍ ଆଇ ‌ସର୍କଲ ଅଡାଲ ଗାଁରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ମୁରସୁରନଢି ରୁ ଖଣ୍ଡହତା ପୂର୍ତ୍ତବିଭାଗ ର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନ ଓ ଘର ତିଆରି କରି ଜବରଦଖଲ କରିଥିବା ଲୋକଙ୍କୁ ତହସିଲଦାର ବହୁବାର ନୋଟିସ ପଠାଇ ସରକାରୀ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଗ୍ରାମର ୪-୫ ଜଣ ବ୍ୟକ୍ତି ସରକାରୀ ଜାଗାରେ ଘର କରିଥିବାରୁ ନିଜ ନିଜ ଘର ଭାଙ୍ଗି ଜାଗା ଛାଡି ଦେଇଥିଲେ । ହେଲେ ୫-୭ ଜଣ ବ୍ୟକ୍ତି ଜାଗା ଛାଡି ନ ଥିବାରୁ ବୁଧବାର ଅତିରିକ୍ତ ତହସିଲଦାର ସ୍ବାଗତ ପଣ୍ଡା ଙ୍କ ନେତୃତ୍ବରେ ପୋଲିସ ଫୋର୍ସ ସହ ଆସି ଜେସିବି ଲଗାଇ ଘର ଭାଙ୍ଗିଥିଲେ । ଉଚ୍ଛେଦ ବେଳେ ଖଣ୍ଡହତା ଆର୍ ଆଇ ରାଜେନ୍ଦ୍ର ମିଶ୍ର , ବିଜୟ ବାରା , ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଦାମୋଦର କୈବର୍ତ୍ତ , ବିଭାଗୀୟ କନିଷ୍ଠ ଯନ୍ତ୍ରୀ , ସୁପରଭାଇଜର , ସୁବଳୟା ଥାନା ଏସ ଆଇ ଦିପ୍ତିରଞ୍ଜନ ଦିଗାଲ ଙ୍କ ସମେତ ପୋଲିସ ଫୋର୍ସ ମୁତୟନ ଥିଲେ।