ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ଗଣ୍ଡାବାହାଲ ଛକ ନିକଟରେ ଆଜି (ଗୁରୁବାର) ଅଭାବନୀୟ ଘଟଣା ଘଟିଯାଉଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ଯକ୍ତିଙ୍କ ମୁତ୍ଯୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଭଳି ଏକ ଅଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ଗଣ୍ଡାବାହଲରେ । ମୃତକ ଜଣକ ହେଲେ ଗଣ୍ଡାବାହାଲ ର ବାଲ୍ମିକୀ ପୁରୋହିତ(୫୦) ଏବଂ ଗୁରତର ଜଣକ ହେଲେ ତାଙ୍କ ପତ୍ନୀ ସୁବାଷିନୀ ପୁରୋହିତ(୪୫) ବୋଲି ଜଣାପଡିଛି। ଗଣ୍ଡାବାହଲସ୍ଥିତ ତାଙ୍କ ଘରର ଛାତ ଉପରକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ଷ୍ଟିଲ ରେଲିଙ୍ଗ ନେଇ ଯାଉଥିବାବେଳେ ଛାତ ଉପରଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଲ୍ମିକୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଭାବେ ପୋଡିଯାଇ ଥିଲେ । ଗୁରୁତର ସୁବାଷିନୀଙ୍କୁ ତୁରନ୍ତ ଦମକଳ ବାହିନି ଦଳଦ୍ୱାରା ଉଲୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା I ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।। ସେପଟେ ଖବର ପାଇ ଉଲୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
11 କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର
