Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ସ୍ୱାସ୍ଥ୍ୟକେନ୍ଦ୍ର ରେ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଡାକ୍ତରଖାନା ପରିସରରେ ଫାଇଲେରିଆ ନିରାକରଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି ।‌ ଏଥିରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଫାଇଲେରିଆ ଔଷଧ ସେବନ କରିଥିଲେ । ‌ ଏଥିରେ ଡାକ୍ତର ଆନନ୍ଦ ଚନ୍ଦ୍ର ସାହୁ , ଡା ବିଶ୍ଵନାଥ ରଥ ଓ ଡାକ୍ତରଖାନାର କର୍ମଚାରି , ଆଶା କର୍ମୀ , ଅଙ୍ଗନୱାଡ଼ି କର୍ମୀ , ସାମ୍ବାଦିକ ରାଜେଶ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଔଷଧକୁ ସେବନ କଲେ ଫାଇଲେରିଆ ରୋଗରୁ ମୁକ୍ତ ହେବା ସହ କୈାଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହିଁ ବୋଲି ଡାକ୍ତର ପ୍ରକାଶ କରିଥିଲେ । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନେ ପ୍ରତ୍ୟେକ ଗ୍ରାମକୁ ଯାଇ ସମସ୍ତ ଘର ବୁଲି , ପରିବାରର ସଦସ୍ୟ ଙ୍କୁ ଫାଇଲେରିଆ ଔଷଧ ସେବନ କରାଇବେ ବୋଲି ଡାକ୍ତର ସାହୁ କହିଛନ୍ତି।