Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆଁ ଲିଭାଇବାକୁ ନୁହେଁ, ମଣିପୁରକୁ ଜଳାଇବାକୁ ଚାହାନ୍ତି ପିଏମ ମୋଦୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଥିଲେ। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଶୁକ୍ରବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତି ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ପିଏମ ମୋଦୀ ନିଆଁ ଲିଭାଇବାକୁ ଚାହାନ୍ତି ନାହିଁ ବରଂ ମଣିପୁରକୁ ଜଳାଇବାକୁ ଚାହାନ୍ତି। ଭାରତୀୟ ସେନା ମଣିପୁର ହିଂସାକୁ ଦୁଇ ଦିନରେ ରୋକି ପାରିବେ ମାତ୍ର ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳାଇବାକୁ ଚାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ପରବର୍ତ୍ତୀ ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ପାଖାପାଖି ୧୯ ବର୍ଷ ରାଜନୀତିରେ ଅଛି। ମୁଁ ପାଖାପାଖି ସମସ୍ତ ରାଜ୍ୟ ଗସ୍ତ କରିଛି। ମାତ୍ର ମଣିପୁରରେ ମୁଁ ଯାହା ଦେଖିଲି ଓ ଶୁଣିଲି ତାହା ଅଦ୍ଭୁତପୂର୍ବ। ମୁଁ ବୁଝି ପାରୁନି ଯେ, ଭାରତର ପ୍ରଧାନମନ୍ତ୍ରୀ ଏମିତି କଥା କେମିତି କହି ପାରୁଛନ୍ତି, ଯେମିତି ଭାଷଣ ମଣିପୁର ଉପରେ ଦେଉଛନ୍ତି।

ଏମିତି ଲାଗୁଛି ପ୍ରଧାନମନ୍ତ୍ରୀ ଭୁଲି ଯାଇଛନ୍ତି ଯେ, ମଣିପୁରରେ ଅନେକ ମାସରୁ ନିଆଁ ଲାଗିଛି ଏବଂ ସେଠାରେ ଲୋକଙ୍କ ହତ୍ୟା କରାଯାଉଛି। କଂଗ୍ରେସ ସାଂସଦ ଏହା ମଧ୍ୟ କହିଛନ୍ତି, ପ୍ରଥମ ଥର ସଂସଦରେ ଗୃହକାର୍ଯ୍ୟର ରେକର୍ଡରୁ ଭାରତ ମାତାର ଶବ୍ଦ ହଟାଯାଇଛି। ଏହା ବହୁତ ଅପମାନର କଥା ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସେ କହିଛନ୍ତି, ସଂସଦରେ ମୁଁ ମଣିପୁରରେ ଭାରତ ମାତାଙ୍କ ହତ୍ୟା କରାଯାଇଛି, କାରଣ ଯେଉଁ ମଣିପୁରକୁ ଆମେ ଜାଣିଥିଲୁ, ତାହା ବର୍ତ୍ତମାନ ଅସ୍ଥିତ୍ଵରେ ନାହିଁ। ଯେଉଁଠି ବି ଏବଂ ଯେବେ ବି ଭାରତ ମାତା ଉପରେ ହମଲା ହେବ, ସେଠାରେ ମୋତେ ଆପଣ ଦେଖିବାକୁ ପାଇବେ। ମୋତେ ଭରସା ଯେ, ଭାରତୀୟ ସେନା ମଣିପୁରରେ ହିଂସାକୁ ରୋକି ପାରନ୍ତି। ମାତ୍ର ସରକାର ଏମିତି କରୁ ନାହାନ୍ତି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଗସ୍ତ କରିବାକୁ ଅପିଲ୍ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ