Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବନିର୍ମିତ ଚାରପାଲି ଅନ୍ଧାରିପାଲି କୁଳେରଜୋର ପୋଲ ଚାରପାଲି ପଟକୁ ରାସ୍ତା ଶୋଚନୀୟ, ପ୍ରତିକାର ଦାବି

ଚିପିଲିମା,ସମ୍ବଲପୁର ଜିଲ୍ଲା ଚିପିଲିମା ନିକଟସ୍ଥ ସମ୍ବଲପୁର ବରଗଡ଼ ସୀମାନ୍ତରେ ଅବସ୍ଥିତ ଚାରପାଲି ଅନ୍ଧାରିପାଲି କୁଳେରଜୋର ନବନିର୍ମିତ ପୋଲ ଇତିମଧ୍ୟରେ ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ,ପୋଲଠାରୁ ସମ୍ବଲପୁର ଚାରପାଲି ପଟକୁ ପ୍ରାୟ ୨୦୦ ମିଟର ଶୋଚନୀୟ ଅବସ୍ଥାରେ ପଡିରହିଛି।ଅନ୍ୟ ବରଗଡ଼ ଅନ୍ଧାରିପାଲି ପଟକୁ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି।କୋଟିଏ ରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ନିର୍ମିତ ପୋଲ ଉଭୟ ପାର୍ଶ୍ୱରେ କିଛି ରାସ୍ତା ପିଚୁ ହେଉ ବା କଂକ୍ରିଟ କରାଯିବାର ନିୟମ ରହିଥିବାବେଳେ, କେଉଁ କାରଣରୁ ସମ୍ବଲପୁର ପଟକୁ ରାସ୍ତା କାମ ହୋଇନାହିଁ ବୁଝାପଡୁନାହିଁ।ଏନେଇ ସଚତନ ମହଲରେ ନାନାଦି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।ଏ ଦିଗରେ ବରଗଡ଼ ଓ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବିହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ