ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ହାଇସ୍କୁଲରେ ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଜୁନିଆର ରେଡକ୍ରସ ୟୁନିଟ ଶୁକ୍ରବାର ଦିନ ଗଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚଳିତ ଶିକ୍ଷା ବର୍ଷରେ ଜୁନିଅର ରେଡକ୍ରସ ତରଫରୁ ହେବାକୁଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା । ବରିଷ୍ଠ ଶିକ୍ଷକ ସଦାନନ୍ଦ ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ସେବା କାର୍ଯ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ପଦ ପଦବୀ ପାଇଁ ମନୋନିତ କରାଯାଇଥିଲା । ସର୍ବସମ୍ମତି କ୍ରମେ ସମାପିକା ସାହୁ- ଚେୟାର ପର୍ସନ , ଶିବାନୀ ମେହେର-ଭାଇସ ଚେୟାରମ୍ୟାନ , ପରିଣିତା ଦାଶ- ସମ୍ପାଦିକା , ଲିଜାଲିନ ମେହେର-ସହ ସମ୍ପାଦିକା , ଖିରାବ୍ଦି ପୋଢ- କମାଣ୍ଡର , ସୁଚିତ୍ରା ନାଏକ-ଭାଇସ କମାଣ୍ଡର , ଜିନାରାଣୀ ମେହେର-ସ୍ବାସ୍ଥ୍ୟ ଓ ପରିମଳ ଗ୍ରୁପ୍ ଲିଡର , ଆରତି ମେହେର-ପାଣ୍ଠି ସଂଗ୍ରହ ଗ୍ରୁପ ଲିଡର , ଶୁଭଶ୍ରୀ ବେହେରା-ଆନ୍ତର୍ଜାତିକ ବନ୍ଧୁତ୍ବ ଗ୍ରୁପ ଲିଡର ଭାବେ ମନୋନିତ କରାଯାଇ ଥିଲା । ସ୍କୁଲ ର ସର୍ବମୋଟ ୩୧ଜଣ ଛାତ୍ର ଛାତ୍ରୀ ଜୁନିଅର ରେଡକ୍ରସ ୟୁନିଟରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍କୁଲର ଜେଆରସି କାଉନସିଲର ତଥା ସୁବର୍ଣ୍ଣପୁର ସାଧନା କର୍ମୀ ଚନ୍ଦ୍ରମଣି ବାଘ ୨୦୨୨-୨୩ ଶିକ୍ଷା ବର୍ଷର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ଓ ଆଗାମୀ ବର୍ଷର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ପ୍ରତିନିଧି ସାମ୍ପା ବିଶ୍ବାଳ ଙ୍କ ସମେତ ସୁରେନ୍ଦ୍ର ପ୍ରସାଦ ପାଢୀ , ସାଗରୀକା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
ସୁବଳୟା ହାଇସ୍କୁଲରେ ରେଡକ୍ରସ ୟୁନିଟ୍ ଗଠିତ
