ସଙ୍କୀର୍ତ୍ତନ୍ୟ କଳାକାର ବୃନ୍ଦାବନ ମିଶ୍ର ଙ୍କ ପରଲୋକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବଡବର୍ଡ଼କଟା ଗ୍ରାମର ବର୍ଷିଆନ ସଂକୀର୍ତନ କଳାକାର ବୃନ୍ଦାବନ ମିଶ୍ରଙ୍କ (୯୦ ) ପରଲୋକ ହୋଇଯାଇଛି । ସେ ଦୀର୍ଘ ୪୦ ବର୍ଷ ଧରି ଅମିନ ଭାବେ ସମ୍ବଲପୁର ଜିଲ୍ଲା ରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ତାଙ୍କର ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ଜନକସୁତା , ଦୁଇ ଝିଅ ବ୍ରଜେଶ୍ବରି , ବିଦ୍ୟୁତ୍ ପ୍ରଭା , ଜ୍ବାଇଁ ଅବସର ପ୍ରାପ୍ତ କୃଷି ଅଧିକାରୀ ଦୟାନିଧି ହୋତା ଓ ସନାତନ ପୁରୋହିତ , ନାତି ନାତୁଣୀ ଉପସ୍ଥିତ ଥିଲେ । କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ । ଗ୍ରାମର ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ନାତି ଅଭିଳାଷ ପୁରୋହିତ ମୁଖାଗ୍ନି ଦେଇଥିଲେ।