Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଜିବାରେ ଲାଗିଲା ରାଜ ପରିବାରର ଘର କଳି, ଥାନାର ଦ୍ଵାରସ୍ଥ ହେଲେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା

ବଲାଙ୍ଗିର: ନୂଆ ମୋଡ଼ ନେଲା ରାଜ ପରିବାରର ଘର କଳି। ଟାଉନ ଥାନାରେ ପହଞ୍ଚିଲା ମାମଲା। ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ପ୍ରେସମିଟ୍ କରି ପୋଲିସ ମୋତେ ସୁରକ୍ଷା ଦେଇ ନଥିବା ଅଭିଯୋଗ କରିଛନ୍ତି। ମୁଁ ପ୍ୟାଲେସରୁ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିଲି। ପ୍ୟାଲେସରେ ତାଲା ପଡ଼ିଥିଲା। ମାମଲାରେ ପୋଲିସର ସହାୟତା ଲୋଡ଼ିଥିଲେ ହେଁ ମୋତେ ପୋଲିସ ସୁରକ୍ଷା ଦେଇନଥିବା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ଅଭିଯୋଗ କରିଛନ୍ତି। ଏସପି ଡେରାଡୁନରୁ ତଦନ୍ତ ଅଧିକାରୀ ଆସନ୍ତୁ ତା ପରେ ଦେଖିବା ବୋଲି କହିଛନ୍ତି ଅଦ୍ରିଜା। ବଲାଙ୍ଗିର ରାଜନୀତି ସହ ତାଙ୍କର କୌଣସି ରୁଚି ନାହିଁ। ସ୍ଵାମୀଙ୍କ ପାଇଁ ପ୍ରଚାର କରୁଥିଲେ ହେଁ ତାଙ୍କର ରାଜନୀତି ପ୍ରତି ରୁଚି ନାହିଁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏବେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି ।

ତେବେ ରାଜ ପରିବାରର ଘରକଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ତେଜିବାରେ ଲାଗିଛି ରାଜ ପରିବାରର ଘର କଳି। ଆଜି ଟାଉନ ଥାନାରେ ପହଞ୍ଚି ନ୍ୟାୟ ସହ ସୁରକ୍ଷା ଦାବି କରିଛନ୍ତି ଅଦ୍ରିଜା। ମାମଲାରେ ପୋଲିସର ସହାୟତା ଲୋଡ଼ିଥିଲେ ହେଁ ମୋତେ ପୋଲିସ ସୁରକ୍ଷା ଦେଇନଥିବା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ଅଭିଯୋଗ କରିଛନ୍ତି।

ପୂର୍ବରୁ ଏହି ଘଟଣାକୁ ନେଇ ଡେରାଡ଼ୁନ୍ ଥାନାରେ ଏତଲା ଦେଇଛନ୍ତି ଅଦ୍ରିଜା ମଞ୍ଜରୀ । ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ଅଦ୍ରିଜା ମଞ୍ଜରୀ ଅଭିଯୋଗ କରିଛନ୍ତି। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକ ମାଡ଼ ମାରିବା ସହ ତାଙ୍କୁ ନିର‌୍ୟାତନା ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ୨୦୧୭ ମସିହା ନଭେମ୍ବର ମାସରେ ଅଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ ।

୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜେଡିରୁ ଟିକେଟ୍ ପାଇବା ପରେ ଅଦ୍ରିଜା ତାଙ୍କ ପାଇଁ ପ୍ରଚାର କରିଥିଲେ। ନିର୍ବାଚନରେ ଅର୍କେଶ ହାରିବା ପରେ ଡେରାଡୁନରେ ଥିବା ଅନଙ୍ଗ ଉଦୟଙ୍କ ଘରେ ସ୍ଵାମୀ-ସ୍ତ୍ରୀ ରହୁଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଅଦ୍ରିଜା ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । କେବଳ ସ୍ୱାମୀ ନୁହେଁ ଶାଶୁଘର ଲୋକ ଏପରିକି ଡେରାଡୁନରେ ତାଙ୍କ ଘରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ । ଏହା ପରେ ରାଜ ପରିବାରର ଘର କଳି ପଦାକୁ ଆସିଥିଲା। ସେହିପରି ତାଙ୍କୁ ମାରିବା ପାଇଁ ସୁପାରି ମଧ୍ୟ ଦେଉଥିବା ଅଭିଯୋଗ ଆଣିଛନ୍ତି ଓ ଡେରାଡୁନ ଥାନାରେ ଏତଲା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ