Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଣ୍ଡା ବାହାଲ ଉ ପ୍ରା ବିଦ୍ୟାଳୟ ରେ ପେରେଣ୍ଟସ୍ – ଟିଚର୍ସ ର ଏକ ମିଟିଙ୍ଗ ଆୟୋଜିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ର ସରକାରୀ ଉ :ପ୍ରା ବିଦ୍ୟାଳୟ ଗଣ୍ଡାବାହାଲ ଠାରେ ଶନିବାର ପ୍ରଧାନ ଶିକ୍ଷକ ହରି ଚରଣ ପାଲ ଙ୍କ ଅଧ୍ୟକ୍ଷତା କ୍ରମେ ପିତାମାତା/ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ (ପେରେଣ୍ଟସ ଟିଚର ମୀଟିଙ୍ଗ)ଏକ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ହରିପାଲ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷ୍ୟା ର ବିକାଶ ପାଇଁ ଶିକ୍ଷକ ମାନଙ୍କ ବ୍ୟତୀତ ପିତାମାତାଙ୍କର ଭୂମିକା ମଧ୍ୟ ରହିଥିବା ବୁଝାଇ ଥିଲେ l ଏହା ସହିତ ମୋ ସ୍କୁଲ ଅଭିଯାନ ର ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ଅବଗତ କରିଥିଲେ l ଏହି ସଭାରେ ପରିଚାଳନା କମିଟି ଉପାଧ୍ୟକ୍ଷ୍ୟା ମେନକା ନାଏକ , ରାଜେଶ ସୁନା ସମେତ ସମସ୍ତ କମିଟି ସଦସ୍ୟ/ସଦସ୍ୟା ଏବଂ ଏକସହ ଏକୋଇଶି ଜଣ ଛାତ୍ରକର୍ତ୍ତା ଉପସ୍ଥିତ ଥିଲେ l ଛାତ୍ରକର୍ତ୍ତା ତଥା ଗ୍ରାମର ୱାର୍ଡ-ସଭ୍ୟ କାର୍ତ୍ତିକ ଜଗଦଲା , ୱାର୍ଡ ସଭ୍ୟା-ଲିନା ହରିପାଲ ଉପସ୍ଥିତ ରହି ଏହି ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟ ରେ କିପରି ପରିଣତ କରାଯାଇପାରିବ ସେଥିପାଇଁ ସମସ୍ତ ଙ୍କ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ l ଛାତ୍ରକର୍ତ୍ତା ତଥା ସମାଜସେବୀ ବିଶ୍ୱଜିତ ପାତ୍ର ଉପସ୍ଥିତ ରହି ସ୍କୁଲ ର ବିକାଶ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନହେଲେ ବିଦ୍ୟାଳୟ ର ଉନ୍ନତି ଅସମ୍ଭବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିବାବେଳେ ଶିକ୍ଷୟିତ୍ରୀ ସୁପ୍ରଭା ପାଣିଗ୍ରାହୀ ଏବଂ ମିତାମୟୀ ନାଏକ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିଷୟରେ ଅବଗତ କରିଥିଲେ l ଶେଷରେ ଶିକ୍ଷୟିତ୍ରୀ ଶକ୍ତି ଶିବାନୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l