Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଥାନାଧିକାରୀ ଭାବେ ଯୋଗଦେଲେ ପଞ୍ଚାନନ ନାଏକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାରେ ନୂତନ ଥାନାଧିକାରୀ ଭାବରେ ପଞ୍ଚାନନ ନାଏକ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ବଲାଙ୍ଗୀର ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ଆଇଆଇସିଙ୍କ ପଦନ୍ନୋତି ପରେ ବଲାଙ୍ଗୀର ଡିଏଭିଙ୍କୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀଯୁକ୍ତ ନାଏକ ଯୋଗଦାନ କରିଛନ୍ତି । ତେବେ ଉଲୁଣ୍ଡା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ଆଇନ ଶୃଙ୍ଖଳା ଦିଗରେ ବିଶେଷ ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।