Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ନୀତି ଗ୍ରସ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ବହିଷ୍କାର କରିବା ନେଇ ରେଞ୍ଜ ଅଧିକାରୀ ଙ୍କୁ ଦାବି ଜଣାଇଲେ ଘିଚାପାଲି ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ହାତିଲିମୁଣ୍ଡା ବିଟ୍ ର ଘିଚାପାଲି ଗ୍ରାମବାସୀ ଜଣେ ବନ କର୍ମଚାରୀଙ୍କୁ ଦୁର୍ନିତିରେ ଲିପ୍ତ ରହିଥିବା ଅଭିଯୋଗ କରି ବନ ବିଭାଗ ରେଞ୍ଜ ଅଧିକାରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପତ୍ର ରେ ଉକ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ବହିସ୍କାର କରିବାକୁ ଦାବୀ କରାଯାଇଛି । ଅଭିଯୋଗମତେ ଘିଚାପାଲି ଗ୍ରାମର ଉତ୍ତର ସୀମା କୁ ଲାଗି ରହିଛି ଭାଲୁଡୁଙ୍ଗୁରୀ ଜଙ୍ଗଲ ଜମି । ଉକ୍ତ ଜଙ୍ଗଲକୁ ୨୦୦୦ ମସିହାରୁ ଘିଚାପାଲି ଗ୍ରାମବାସୀ ଦୀର୍ଘ ୨୩ ବର୍ଷ ହେଲା ପାଲିକରି ଜଗିବା ସହିତ ଏହାର ରକ୍ଷଣା ବେକ୍ଷଣ ମଧ୍ୟ କରି ଆସୁଛନ୍ତି । ଅନେକ ସମୟରେ ଗ୍ରାମବାସୀ ବନ ବିଭାଗର ସହଯୋଗରେ ଚାରା ରୋପଣ କରି ଛନ୍ତି । ମାତ୍ର ବନ ବିଭାଗରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ବିଶାଲପାଲି ଗ୍ରାମର ରୋହିତ ପଧାନ ନାମକ ଉକ୍ତ କର୍ମଚାରୀ ଜଙ୍ଗଲ ଜମି କୁ ନିଜ ପରିବାର ଲୋକଙ୍କ ନାମରେ ପଟ୍ଟା କରିଛି ବୋଲି କିଛି ଦିନ ହେଲା ଉକ୍ତ ଜଙ୍ଗଲ ଜମି କୁ ଆବଦ୍ଧ କରି ରଖିଛି । ଉକ୍ତ ଜଙ୍ଗଲ ଜମି କୁ ସଂପୃକ୍ତ କର୍ମଚାରୀଙ୍କ ମାଆ ସୁଭଦ୍ରା ପଧାନ , ତାଙ୍କ ଭାଇ ଉମାକାନ୍ତ ପଧାନ ଓ ଆଉ ଜଣେ ଭାଇ ରମାକାନ୍ତ ପଧାନ ଙ୍କ ନାମରେ ବେଆଇନ ଭାବେ ପଟ୍ଟା କରିନେଇଥିବା ଜଣାପଡିଛି । ବନ ବିଭାଗରେ କାର୍ଯ୍ୟକରି ଏପରି ବେଆଇନ କାର୍ଯ୍ୟ କରୁଥିବା ଉକ୍ତ କର୍ମକର୍ମଚାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ କାର୍ଯ୍ୟରୁ ତୁରନ୍ତ ବହିସ୍କାର କରିବାକୁ ବୀରମହାରାଜପୁର ରେଞ୍ଜ ଅଧିକାରୀ ଅବିନାଶ ବରିହା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଘିଚାପାଲି ଗ୍ରାମବାସୀ ।