ସୁବଳୟା ପ୍ରସିଦ୍ଧ ଝୁଲଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ହେବାକୁ ଥିବା ପ୍ରସିଦ୍ଧ ଝୁଲଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ସୁବଳୟା ବଜରଙ୍ଗ ଦଳର ସମ୍ପାଦକ ଶିଲୁ ରଥ ଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ବୈଠକରେ ସୁବଳୟା ବଜରଙ୍ଗ ଦଳର ସଭାପତି ସଞ୍ଜୟ ବାଘ ସଭାପତିତ୍ବ କରିଥିଲେ । ଏହି ବୈଠକରେ ଧିବରପଡା ର ବାବା ଅବଧୂତ ସାଂସ୍କୃତିକ , ବଡଦାଣ୍ଡ ବୀର ବଜରଙ୍ଗ ଦଳ , ସାନଦାଣ୍ଡ ଶ୍ରୀ ରାମଚନ୍ଦ୍ର କ୍ଲବ , ବଳଦେବ କ୍ଳବ ଏବଂ ଗଡ ଭିତର ଭଗବତ କ୍ଲବ ର କର୍ମକର୍ତ୍ତା ଯୋଗ ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ୧ ତାରିଖ ରେ ହେବାକୁ ଥିବା ପ୍ରସିଦ୍ଧ ଝୁଲଣ ଯାତ୍ରା କୁ ଆକର୍ଷଣୀୟ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆଲୋଚନା ହୋଇଥିଲା । ଝୁଲଣଯାତ୍ରା ର ପୂର୍ବ ରାତି ରେ ମେଲୋଡ଼ି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣା ପଡିଛି । ଝୁଲଣ ଯାତ୍ରା ମେଢ଼ ସକାଳ ୫ ଟା ରୁ ବାହାରି ସନ୍ଧ୍ୟା ପର୍ଯ୍ୟନ୍ତ ସୁବଳୟା ଗ୍ରାମ ପରିକ୍ରମା କରିବ । ଏହି ବୈଠକରେ ଅବଧୂତ କ୍ଲବ ର ସମ୍ପାଦକ ସୁଦାମ ମେହେର , ଶ୍ରୀ ରାମଚନ୍ଦ୍ର କ୍ଲବ ର ସଭାପତି ବୈକୁଣ୍ଠ ମେହେର , ବଜରଙ୍ଗ କ୍ଲବ୍ ର ସଭାପତି ମାଧବ ମେହେର , ବଳଦେବ କ୍ଲବ୍ ର ସମ୍ପାଦକ ଓ ଗଡଭିତର ଭାଗବତ କ୍ଲବ୍ ର ସଭାପତି ନେତ୍ରାନନ୍ଦ ମାଝି ପ୍ରମୁଖ ଉପସ୍ଥିତ ରହି ଅଲୋଚନାରେ ଅଂଶଗ୍ରହଣ କରିଥିଲେ ।