ବେଆଇନ ରନ୍ଧା ଦେଶୀ ମଦ କାରବାର କରିବା ଅଭିଯୋଗ ରେ ଦୁଇ ଗିରଫ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ତରଫରୁ ବେଆଇନ ମଦ କାରବାର ଅଭିଯୋଗରେ ଶନିବାର ପୋଲିସ ବିଭିନ୍ନ ସ୍ଥାନରୁ ବେଆଇନ ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ସୁଚନାମତେ ଶନିବାର ସୁବଳୟା ଥାନା ଏ.ଏସ.ଆଇ କୁଞ୍ଜଳତା ବେହେରା କୌଣସି ସୁତ୍ର ରୁ ଖବର ପାଇ ଖଣ୍ଡହତା ଗ୍ରାମ ପଞ୍ଚାୟତ ର ଅଡାଳ ଗ୍ରାମ ରେ ବେଆଇନ ଭାବେ ରନ୍ଧା ମଦ କାରବାର କରୁଥିବା ଅପରାଧରେ ଗ୍ରାମର କିଶୋର ପଧାନ ଙ୍କ ନିକଟରୁ ୧୦ ଲିଟର ବେଆଇନ ମଦ ଜବତ କରିବା ସହ କିଶୋର କୁ ଗିରଫ କରିଥିଲେ I ଠିକ ସେହିପରି ଅମ୍ବସରଭଟ୍ଟା ଗ୍ରାମ ରେ ଶ୍ରୀରାମ ଦେହୁରିଙ୍କ ଠାରୁ ୧୦ ଲିଟର ମଦ ଜବତ କରିବା ସହ ଶ୍ରୀରାମ କୁ ଗିରଫ କରାଯାଇଛି । ଏନେଇ ସୁବଲୟା ଥାନା ରେ କେସ ନଂ ୧୩୧/୨୩ ଓ ୧୩୨/୨୩ ଦୁଇଟି ମାମଲା ରୁଜୁ ହୋଇଛି । ଚଢାଉ ସମୟରେ ଏ.ଏସ.ଆଇ କୈଳାସଚନ୍ଦ୍ର ସାହୁ , ହାବିଲଦାର ସୁଧିର ଷାଣ୍ଢ ଙ୍କ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ଥିବା ଥାନା ଅଧିକାରୀ ଶୁଶାନ୍ତ ପଧାନ ସୁଚନା ଦେଇଛନ୍ତି ।