Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ବିଦ୍ଯାମନ୍ଦିରରେ ସଙ୍କୁଳ ସ୍ତରୀୟ ବିଜ୍ଞାନମେଳା

ବରପାଲି : ବରପାଲି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଜ୍ଞାନର ବାର୍ତ୍ତା ସଂପର୍କରେ ବିସ୍ତୃତ ଭାବେ ମୂଖ୍ଯଅତିଥି ମିଶ୍ର ଆଲୋକପାତ କରିଥିଲେ। ବରଗଡ଼ ସଙ୍କୁଳ ସଂଯୋଜକ ଦିଲ୍ଲୀପ ସାଥୁଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା ଅତିଥି ପରିଚୟ ସହିତ ବିଜ୍ଞାନର ସଦୁପଯୋଗ ସଂପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆନନ୍ଦ ପଧାନ ସଙ୍କୁଳ ପ୍ରମୁଖ ଉପସ୍ଥିତ ରହିଥିଲେ ।ବରିଷ୍ଠ ବିଜ୍ଞାନ ଗୁରୁଜୀ ଧର୍ମେନ୍ଦ୍ର ପୂଜାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆୟୋଜିତ ବିଜ୍ଞାନ ମେଳାରେ ସର୍ବମୋଟ ୧୦୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଭାଗର ପ୍ରଶ୍ନ ମଞ୍ଚ,ପ୍ରୟୋଗ, ପତ୍ରବାଚନ,ତତ୍ କାଳୀକ ଭାଷଣ, ନିବନ୍ଧ ଲିଖନ,ମୂର୍ତ୍ତି ନିର୍ମାଣ, ଲୋକନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ ନିମନ୍ତେ ସତ୍ୟ ନାରାୟଣ ମିଶ୍ର ,ଅନ୍ତର୍ଯ୍ୟାମୀ ବେହେରା, ଅଶୋକ କୁମାର ପଣ୍ଡା, ଆଶୁତୋଷ ରଥ, ବିଭୁତି ମେହେର, ମନୋଜ ବଢେଇ, ଭୋଜରାଜ୍ ଦୀପ , କୃଷ୍ଣଚନ୍ଦ୍ର ବାରିକ,ସୁଧିର ଗଡତିଆ, ଅମୀୟ ଶତପଥୀ, ଅଶୋକ ସାହୁ, ଲଳାଟେନ୍ଦୁ ରଣା, ଉମେଶ ଚନ୍ଦ୍ର ପଧାନ, ବିନୟ ଭୋଇ, ମନୋଜ କୁମାର ବାରିକ,ସୁମନ୍ ଡୁଙ୍ଗ ଡୁଙ୍ଗ୍, ସେବାରାମ ଗଡତିଆ,ଚନ୍ଦ୍ରିକା ନାଗ,ବିନୋଦ କୁମାର ବେହେରା, ମନୋଜ କୁମାର ବେରିହା, ସୁଜିତ୍ କୁମାର ପଟେଲ୍ ,ସାର୍ତ୍ତୀକ ନାଏକ , ବିଶ୍ଵ ମୋହନ ପଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡ଼ିକ ଆଗାମୀ ସମୟରେ ହେବାକୁ ଥିବା ବିଭାଗ ସ୍ତରୀୟ ବିଜ୍ଞାନମେଳା ରେ ପ୍ରଦର୍ଶିତ ହେବ ବୋଲି ଆୟୋଜକ ମାନେ ଜଣାଇଥିଲେ । ଏଥିରେ ବିଦ୍ୟାମନ୍ଦିର ସମସ୍ତ ଗୁରୁଜୀ, ଗୁରୁମା,ସେବକ ସେବିକା ବିଭିନ୍ନ ଦାୟିତ୍ୱ ସମ୍ପାଦନ କରିଥିଲେ। ପରିଚାଳନା ସମିତିର ସଦସ୍ୟବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।