Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିତ୍ରୋତ୍ପଳା ମହିଳା ମହାସଂଘ ସାତ ଦିନରେ ତିଆରିଲେ ଦଶ ହଜାର ଜାତୀୟ ପତାକା

ବୀରମହାରାଜପୁର : ଆସନ୍ତା ୧୫ ତାରିଖରେ ଭାରତ ରେ ପାଳନ ହେବ ୭୭ତମ ସ୍ବାଧିନତା ଦିବସ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଉତ୍ତୋଳନ ହେବ ଜାତୀୟ ତ୍ରିରଙ୍ଗା ପତାକା । ହର ଘର ତ୍ରୀରଙ୍ଗା ମାଧ୍ୟମରେ ପ୍ରତି ଘରେ ଫରଫର ହୋଇ ଉଡିବ ତ୍ରୀରଙ୍ଗା । ଏଥିପାଇଁ ଜାତୀୟ ପତାକା ପ୍ରସ୍ତୁତି ଯୋରସୋର ରେ ଚାଲିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ମିଶନଶକ୍ତି ମହିଳା ମାନେ ସାତ ଦିନରେ ତିଆରି କରିଛନ୍ତି ପ୍ରାୟ ଦଶ ହଜାର ଜାତୀୟ ପତାକା । ଜାତୀୟ ପତାକା ତିଆରି କରି ନିଜେ ରୋଜଗାର କରିବା ସହିତ ତାଙ୍କ ତିଆରି ତ୍ରୀରଙ୍ଗା ଘରେ ଘରେ ଉଡିବା ନେଇ ସେମାନେ ଗର୍ବିତ ବୋଲି କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିତ୍ରୋତ୍ପଳା ମହିଳା ମହାସଙ୍ଘ ର ଏହି ପ୍ରଚେଷ୍ଟା କୁ ଏବେ ସାଧାରଣରେ ପ୍ରଶଂସା କରାଯାଉଛି । ୧୧ଜଣ ସଦସ୍ୟା ଥିବା ଉକ୍ତ ସଂଘର ସଦସ୍ୟା ମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରି ସାତ ଦିନରେ ତିଆରି କରିଛନ୍ତି ୧୦ ହଜାର ଜାତିୟ ପତାକା । ଜିଲ୍ଲା ପ୍ରଶାସନର ତରଫରୁ ଉକ୍ତ ମହାସଙ୍ଘ କୁ ଦିଆଯାଇଥିଲl ଉକ୍ତ ଦାୟିତ୍ବ । ସଙ୍ଘ ଙ୍କୁ ଜାତୀୟ ପତାକା ପ୍ରତି ୨୪ ରୁ ୨୫ ଟଙ୍କା ଲେଖାଏଁ ଦିଆଯାଇ ଥିବା ଜଣାପଡ଼ିଛି । ମହିଳା ମିସନ ଶକ୍ତି ର ସଦସ୍ୟା ମାନେ ଏହାକୁ ପ୍ରସ୍ତୁତ କରି ୨୫ଶହ ଜାତୀୟ ପତାକା କୁ ସୁବର୍ଣ୍ଣ ଶିଖା ଡିଏଲଏଫ କୁ ଏବଂ ୭ ହଜାର ୫ଶହ ଜାତୀୟ ପତାକା କୁ ବ୍ଲକ ପ୍ରଶାସନ କୁ ଦେଇଛି। ଉକ୍ତ ପତକା କୁ ପ୍ରତି ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଦିଆଯାଇ ପ୍ରତି ଘରେ ତ୍ରୀରଙ୍ଗା ଉଡାଯିବlର ଲକ୍ଷ୍ୟ ରଖାଯାଇଛି । ବୀରମହାରାଜପୁର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ଶାନ୍ତନୁ ମେହେର ଓ ବିପିଏସିଏ ଦୀପିକା ରାଣୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହାସଙ୍ଘର ସଭାନେତ୍ରୀ ସସ୍ମିତା ଦାଶ ଓ ସମ୍ପାଦିକ ମମତା ସାହୁ ଏହାର ନେତୃତ୍ବ ନେଇଥିଲେ । ମହାସଙ୍ଘର ସଦସ୍ୟା ମମତା ମଲ୍ଲିକ , ଅହଲ୍ୟା ଚାନ୍ଦ , କେତକି ମେଣ୍ଡିଲି , ମିନତି ଗୁଦୁରିଆ , କାଦମ୍ବିନି ବେହେରା , ଅନିତା ପଧାନ , କୌଶଲ୍ୟା ଆଡଜାନୀ , ଜଶବନ୍ତି ବିଶ୍ବାଳ ଓ ବନିତା ପଧାନ ପ୍ରମୁଖ ଏହି ଜାତୀୟ ପତାକା ତିଆରି କରିଛନ୍ତି । ନିଜେ ନିଜେ କପଡା କାଟି ମେସିନ ସାହାର୍ଯ୍ୟରେ ସିଲେଇ କରିଛନ୍ତି ଜାତୀୟ ପତାକା । ଜାତୀୟ ପତାକା ତିଆରି ପାଇଁ ଆମକୁ ଯେତେବେଳେ ପ୍ରଶାସନ ଦାୟିତ୍ବ ଦେଲା ଆମେ ବେଶ ଉତ୍ସାହିତ ହୋଇ ପଡିଥିଲୁ । ଏହା ଆମପାଇଁ ଏକ ଗର୍ବର ବିଷୟ ଥିଲା । ଦେଶ ଓ ଜାତୀର ଗୌରବ ତ୍ରୀରଙ୍ଗା ତିଆରି ରେ ଆମେ ଦିନରାତି ଏକ କରିଦେଇ କାମ କରିଥିଲୁ । ଆମେ ଏତେ ଉତ୍ସାହିତ ଥିଲୁ ଯେ କଷ୍ଟ ବି ଜାଣି ପାରି ନ ଥିଲୁ । ଯେଉଁ ପତାକା କୁ ଆମେ କିଣି କରି ଉଡାଉ ଥିଲୁ ତାହାକୁ ଆମେ ତିଆରି କରି ଗର୍ବୀତ ବୋଲି ମହାସଙ୍ଘର ସଭାନେତ୍ରୀ ସସ୍ମିତା ଦାଶ ପ୍ରକାଶ କରିଛନ୍ତି । ତେବେ ସରକାର ମହିଳାମାନଙ୍କୁ ରୋଜଗାରକ୍ଷମ କରିବାକୁ ବିଭିନ୍ନ ଯୋଜନାରେ ସାମିଲ କରୁଥିବା ବେଳେ ଉକ୍ତ ମହାସଙ୍ଘର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ